Site icon Awaj Media

ଆସିଲା ନୂଆ କଟକଣା : ସ୍ବାସ୍ଥ୍ୟସେବା ଅନୁଷ୍ଠାନରେ ମାସ୍କ ପରିଧାନ ବାଧ୍ୟତାମୂଳକ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : କୋଭିଡ୍ କେସ୍ ବଢିବା ଦୃଷ୍ଟିରୁ ସତର୍କତା ସ୍ବରୁପ ରାଜ୍ୟର ସମସ୍ତ ସ୍ବାସ୍ଥ୍ୟସେବା ଅନୁଷ୍ଠାନ ଗୁଡିକରେ ଡ୍ୟୁଟିରେ ଥିବା ସମୟରେ ସମସ୍ତ ଅଧିକାରୀ, କର୍ମଚାରୀ, ଲ୍ୟାବ୍ ଟେକ୍ନିସିଆନ୍ ଏବଂ ଫ୍ଲୁ ଲକ୍ଷଣ ଥିବା ବ୍ୟକ୍ତି ବିଶେଷ ମାସ୍କ ପରିଧାନ କରିବା ପାଇଁ ଆସିଲା ଗାଇଡ଼ ଲାଇନ ! ରାଜ୍ୟରେ ବଢୁଥିବା କୋଭିଡ୍ ସଂକ୍ରମଣକୁ ଆଖି ଆଗରେ ରଖି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ହସ୍ପିଟାଲରେ ମାସ୍କ ବ୍ୟବହାରକୁ ଗୁରୁତ୍ୱ ଦେଲେ ରାଜ୍ୟ ସରକାର । ଏଣିକି ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟକର୍ମୀ ଓ ସମସ୍ତ ହସ୍ପିଟାଲ ଅଧିକାରୀ ମାନେ ମାସ୍କ ପିନ୍ଧିବେ । ରାଜ୍ୟରେ ଗତ କିଛି ଦିନ ହେଲା କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତ୍ତି ନେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

Exit mobile version