Site icon Awaj Media

ଅସୁରେଶ୍ଵର ଶ୍ରମିକ ସଂଘ ପକ୍ଷରୁ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ପବିତ୍ର ଅକ୍ଷୟ ତୃତୀୟା ଅବସରରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ଵର ମା” ବୁଢୀ ଜାଗୁଳାଇ ଶ୍ରମିକ ସଂଗଠନ ପକ୍ଷରୁ ଅଣସରପୁର ମା ବୁଢୀ ଜାଗୁଳାଇ ମନ୍ଦିର ପ୍ରାଙ୍ଗଣରେ ମା” ତାରିଣୀ ଙ୍କ ଉଦେଶ୍ୟରେ ପ୍ରଥମ ବାର୍ଷିକ ତାରିଣୀ ଏକ ଦିନାତ୍ମକ ବିଶ୍ଵଶାନ୍ତି ମହାଯଜ୍ଞ ଓ ମେଳା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃ ସମୟରୁ ପୂଣ୍ୟତୋୟା ଲୁଣାନଦୀ ର ଖଲାରେଶ୍ଵର ଶୈବପୀଠ ରୁ ବହ୍ମମୂହୁର୍ତ୍ତ ରେ କଳସ ଜଳଯାତ୍ରା କରାଯାଇଥିଲା । ଏହି କଳସ ଶୋଭାଯାତ୍ରାରେ ଅଞ୍ଚଳ ର ଶହଶହ ମହିଳା ଶ୍ରଦ୍ଧାଳୁ ଅଂଶ ଗ୍ରହଣ କରିଥିଲେ। ଘଣ୍ଟଘଣ୍ଟା, ଶଙ୍ଖ, ଖୋଳ , କୀର୍ତ୍ତନ ରେ ମହା ପଟୁଆରରେ କଳସ ଆଣି ଯଜ୍ଞମଣ୍ଡପ ରେ ପହଞ୍ଚିଲା ପରେ ମା” ଙ୍କ ଘଟ ସ୍ଥାପନ କରାଯାଇଥିଲା । ଏହାପରେ ପଣ୍ଡିତ ଶ୍ରୀକାନ୍ତ ପଣ୍ଡା ଏବଂ ସହଯୋଗୀ ବ୍ରାହ୍ମଣ ମାନଙ୍କ ଦ୍ଵାରା ପ୍ରଥମେ ଗୁରୁ ପୂଜା, ସୂର୍ଯ୍ୟପୂଜା, ଗୋ-ପୂଜା ଆଦି ଯଥା ରିତିନୀତି ଅନୁସାରେ କରାଯାଇ ବିଶ୍ଵଶାନ୍ତି ନିମନ୍ତେ ମହାଯଜ୍ଞ ଆରମ୍ଭ କରାଯାଇଥିଲା । କର୍ତ୍ତା ରୂପେ ଶ୍ରମିକ ସଂଘର ସଭ୍ୟ ରଘୁନାଥ ସାହୁ ତାଙ୍କ ପତ୍ନୀ ଅଜୁଂଲତା ସାହୁ ଦାୟିତ୍ୱ ବହନ କରିଥିଲେ । ସନ୍ଧ୍ୟା ସମୟରେ ବିଶ୍ଵଶାନ୍ତି ମହାଯଜ୍ଞ ର ପୂର୍ଣ୍ଣ ଆହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଏକ ଦିନାତ୍ମକ ବିଶ୍ଵଶାନ୍ତି ମହାଯଜ୍ଞ ଦେଖିବା ନିମନ୍ତେ ପ୍ରବଳ ଶ୍ରଦ୍ଧାଳୁ ଙ୍କ ସମାବେଶ ହୋଇଥିଲା । ଶ୍ରମିକ ସଂଘର ପକ୍ଷରୁ ସନ୍ଧ୍ୟା ରେ ଭଜନ ସମାରୋହ ସହିତ ସମସ୍ତ ଶ୍ରଦ୍ଧାଳୁ ଙ୍କ ନିମନ୍ତେ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା । ଏହି ବିଶ୍ଵଶାନ୍ତି ମହାଯଜ୍ଞ ରେ ସମସ୍ତ ଶ୍ରମିକ ସଂଗଠନ ସଭ୍ୟ ଉପସ୍ଥିତ ରହି ସମ୍ପୁର୍ଣ୍ଣ ସହଯୋଗ କରିଥିଲେ।

Exit mobile version