Site icon Awaj Media

ଶ୍ରମିକ ଆଇନରେ ସଂଶୋଧନ ପାଇଁ ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭାରତୀୟ ମଜଦୂର ସଙ୍ଘର ୪ ଦଫା ଦାବି ପତ୍ର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଶାଖା ପକ୍ଷରୁ ଆଜି ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶ୍ରମିକ ମଜଦୂର ସଙ୍ଘର ୪ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି l ବିହାରର ପାଟଣା ଠାରେ ଗତ ୭ ରୁ ୯ ଯାଏଁ ଆୟୋଜିତ ଭାରତୀୟ ମଜଦୁର ସଙ୍ଘର ୨୦ ତମ ତ୍ରୟ ବାର୍ଷିକ ଜାତୀୟ ଅଧିବେଶନରେ ସରକାରଙ୍କ ଶ୍ରମ ନିୟମରେ ସଂଶୋଧନ ପାଇଁ ନିଷ୍ପତି ନିଆଯାଇଥିଲା । ଏଥିରେ ମୁଖ୍ୟତଃ ଦେଶରେ ସମସ୍ତ ଶ୍ରମିକ ବର୍ଗଙ୍କୁ ସାମାଜିକ ସୁରକ୍ଷା ଅନ୍ତର୍ଗତ ସମସ୍ତ ସୁବିଧା ଉପଲବ୍ଧ କରାଯିବା, ଠିକା ପ୍ରଥାର ଅନ୍ଧ ଅନୁକରଣ ଉପରେ ନିୟନ୍ତ୍ରଣ ରଖିବା ସହ ଠିକା ଶ୍ରମ (ପ୍ରତିରୋଧ ଏବଂ ନିୟମିତ କରଣ ) ଅଧିନିୟମ ୧୯୭୦ ର ଆବଶ୍ୟକ ସଂଶୋଧନ କରାଯିବା, ଦେଶରେ ଆର୍ଥିକ ବିକାଶ ନିମିତ୍ତ ଜାତୀୟ ଶ୍ରମ ନୀତି ପ୍ରସ୍ତୁତ କରାଯିବା, ସର୍ବ ନିମ୍ନ ମଜୁରୀ ବଦଳରେ ଜୀବିକା ଆଧାରିତ ମଜୁରୀ ନିର୍ଧାରଣ କରାଯିବା ଆଦି ଦାବି କରାଯାଇଛି । ଯାହାକୁ ଆଧାର କରି ଭାରତୀୟ ମଜଦୁର ସଂଘର କେନ୍ଦ୍ରୀୟ ନିଷ୍ପତି କ୍ରମେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସାରା ଦେଶରେ ଦାବି ପତ୍ର ପ୍ରଦାନ କରାଯାଇଛି । ଗଜପତି ଶାଖା ପକ୍ଷରୁ ଆଜି ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶ୍ରମିକ ମଜଦୂର ସଙ୍ଘର ୪ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି l ଏହି ଅବସରରେ ଆଜି ପାରଳାଖେମୁଣ୍ଡି କଲେଜ ଛକରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ମଜଦୂର ସଙ୍ଘର ବିଭିନ୍ନ ବର୍ଗର ଶ୍ରମିକ ମାନେ। ଜିଲ୍ଲାପାଳଙ୍କ ପକ୍ଷରୁ ଉପଜିଲ୍ଲାପାଳ ଆଲୋକ ପ୍ରଧାନ ଓ ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର କୁମାର ଦାସ ଉକ୍ତ ଦାବି ପତ୍ର ଗ୍ରହଣ କରିଥିବା ବେଳେ ବିଧିବଦ୍ଧ ଭାବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରେରଣ କରାଯିବ ବୋଲି ସୂଚନା ଦେଇଛନ୍ତି। ଭାରତୀୟ ମଜଦୁର ସଙ୍ଘର ଗଜପତି ଜିଲ୍ଲା ସମ୍ପାଦକ ଶ୍ରୀ ସୁଜିତ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭରେ ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଶ୍ରୀ ଅରୁଣ କୁମାର ଲେଙ୍କା ଓ ଅଙ୍ଗନବାଡି ସଭାନେତ୍ରୀ ଜଛନାରାଣୀ ପାଣିଗ୍ରାହୀ, ଆଶା କର୍ମୀ ସଭାନେତ୍ରୀ ସମୀକ୍ଷା ଗମାଙ୍ଗ, ପାଚିକ ସଙ୍ଘର ସଭାନେତ୍ରୀ ସୁଶିଳା ମହାରଣା ଓ ଶତାଧିକ ଆଶା କର୍ମୀ, ଅଙ୍ଗନବାଡ଼ି ଏବଂ ଅନ୍ୟାନ୍ୟ କର୍ମୀ ଯୋଗ ଦେଇଥିଲେ।

Exit mobile version