Site icon Awaj Media

ବାଲୁଗାଁର ନୂତନ ଏସଡ଼ିପିଓ ଶୁଭ୍ରାଂଶୁ ମିଶ୍ରଙ୍କୁ ସ୍ବାଗତ ସମ୍ୱର୍ଦ୍ଧନା ଜଣାଇଲେ ଚିଲିକା ରିପୋର୍ଟର ଆସୋସିଏସନ ସଦସ୍ୟ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଅଗ୍ରଣୀ ସାମ୍ବାଦିକ ସଂଘ ଚିଲିକା ରିପୋର୍ଟର ଆସୋସିଏସନ ପକ୍ଷରୁ ବାଲୁଗାଁର ନୂତନ ଏସଡ଼ିପିଓ ଭାବେ ଯୋଗଦେଇ ଥିବା ଶୁଭ୍ରାଂଶୁ ମିଶ୍ରଙ୍କୁ ଏକ ସୌଜନ୍ୟ ମୂଳକ ସାକ୍ଷାତ କରିବା ସହିତ ସ୍ବାଗତ ସମ୍ୱର୍ଦ୍ଧନା ଜଣାଯାଇଛି ! ଚିଲିକା ରିପୋର୍ଟର ଆସୋସିଏସନ ସମସ୍ତ ସଦସ୍ୟ ନୂତନ ଅଧିକାରୀଙ୍କୁ ଭେଟି , ବାଣପୁର ବାଲୁଗାଁ ଚିଲିକା ଅଞ୍ଚଳରେ ଟ୍ରାଫିକ ସମସ୍ୟାର ସମାଧାନ, ନିଶାଦ୍ରବ୍ୟ ଉପରେ କଟକଣା ଲଗେଇବା ଏବଂ ବିକଟାଳ ଶବ୍ଦ ଏବଂ ଦ୍ରୁତ ବାଇକ୍ ଚାଳକଙ୍କ ଉପରେ କିପରି କାର୍ଯ୍ୟନୁଷ୍ଟାନ ନିଆଯିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ଚିଲିକା ରିପୋର୍ଟର ଆସୋସିଏସନ ସଭାପତି ସୁନିଲ ସୁବୁଦ୍ଧି, ସମ୍ପାଦକ ଅମିତାଭ ପଟଯୋଶି ଙ୍କ ସମେତ ବରିଷ୍ଠ ସାମ୍ବାଦିକ ନୃସିଂହ ପ୍ରସାଦ ମିଶ୍ର, ପୁରୁଷୋତ୍ତମ ମହାପାତ୍ର, ହିମାଳୟ ଶତପଥୀ, ସେକ୍ ମଇନୁଲ ହକ, ଅନନ୍ତ ଚରଣ ବାରିକ, ପ୍ରବୋଧ ବିଶ୍ଵାଳ, ରାକେଶ ସାହୁ, ସେକ୍ ସୌକତ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version