Site icon Awaj Media

ନୟାଗଡ଼ ଜିଲ୍ଲାକୁ ୨ ସ୍ବର୍ଣ୍ଣ ୭ ରୈପ୍ୟ ଓ ୬ କାଂସ୍ୟ ପଦକ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ବରଗଡ଼ର ଗଣପତି ଭିଲ୍ଲାରେ ୩ ଦିନ ଧରି ଆୟୋଜିତ ୨ ୟ ଓ୍ବେଷ୍ଟ ଜୋନ ଟାଇକୋଣ୍ଡ ଚମ୍ପିୟାନସିପ୍ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାଗନେବା ପାଇଁ ନୟାଗଡ଼ ଜିଲ୍ଲାରୁ ବିଭିନ୍ନ ବର୍ଗର ୧୬ ଜଣ ଖେଳାଳି ୩ ଜଣ ଅଫିସିଆଲ୍ ଓ ଜଣେ ଜାତୀୟ ରେଫରୀ ବରଗଡ଼ ଯାତ୍ରା କରିଥିଲେ । ନୟାଗଡ଼ ମାର୍ଶାଲ ଆର୍ଟ ଆକାଡେମି ର ପ୍ରିୟାନଶୁ ପାଲ, ସତ୍ୟବ୍ରତ ବିଶ୍ବାଳ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ, ଦିକ୍ସା ପ୍ରିୟା, ରିତିକା ପାଣିଗ୍ରାହୀ, ପ୍ରତିୟୁସା ରାୟଗୁରୁ, ଆନନ୍ଦ କୁମାର, ଅଙ୍କିତ ବେହେରା, ଆଶୁତୋଷ ସାହୁ, ସ୍ମୁତିପ୍ରଜ୍ଞା ସାହୁ ରୈପ୍ୟ ପଦକ ଓ ବିରାଟ ପ୍ରୟାସ, ସମ୍ୱିତ ରଞ୍ଜନ ବିଶ୍ବାଳ, ଶୁଚିସ୍ମୀତା ବେହେରା, ଅସ୍ମିତା ସାହୁ, ଆସୁତୋଶ ସ୍ବାଇଁ, ବୈଦ୍ୟନାଥ ସାହୁ କାଂସ୍ୟ ପଦକ ହାସଲ କରି ନୟାଗଡ଼ ଜିଲ୍ଲା ପାଇଁ ସୁନାମ ଅର୍ଜନ କରିଛନ୍ତି । ନୟାଗଡ଼ ଟିମ୍ କୋଚ୍ ଶିବାନନ୍ଦ ରାୟଗୁରୁ, ମ୍ୟାନେଜର ଶୁଭଶ୍ରୀ ରାୟଗୁରୁ ଓ ଜାତୀୟ ରେଫରୀ ଆଶିଷ ଓମ୍ ପ୍ରକାଶ ନିଜ ନିଜ ଦାୟିତ୍ୱ ସୁଚାରୁ ରୂପେ ତୁଲାଇଥିଲେ । ନୟାଗଡ଼ ରେଡକ୍ରସ ସ୍ଵେଚ୍ଛାସେବୀ ଅନୁଷ୍ଠାନ ତରଫରୁ ବିଭୁତି ଭୁଷଣ ପଟ୍ଟନାୟକ, ସନ୍ତୋଷ କୁମାର ଷଡଙ୍ଗୀ ଓ ମାନସ କୁମାର ମହାପାତ୍ର ଖେଳାଳି ମାନଙ୍କୁ ସମ୍ବର୍ଦ୍ଧିତ କରି ଉତ୍ସାହ ବୃଦ୍ଧି କରିଛନ୍ତି । ଜିଲ୍ଲା ସମ୍ପାଦକ ଭବାନୀ ଶଙ୍କର ରାୟଗୁରୁଙ୍କ ତତ୍ବାବଧାନରେ ନୟାଗଡ଼ ଟିମ୍ ପ୍ରତିଯୋଗିତାରେ ଭାଗ ନେଇଥିବା ସୁଚନା ଦେଇଛନ୍ତି ।

Exit mobile version