Site icon Awaj Media

ବାଣପୁରରେ ସମ୍ବାଦ ଆମ ଓଡିଶା ତରଫରୁ ମଧୁବାବୁ ଜୟନ୍ତୀ ପାଳିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ପଲଟଣ ପଡ଼ିଆ ସ୍ଥିତ କୃତିବାସ ଭବନ ରେ ସମ୍ବାଦ ଆମ ଓଡିଶା ତରଫରୁ ମଧୁବାବୁ ଜୟନ୍ତୀ ପାଳିତ ହୋଇଯାଇଛି l ନଳିନୀ କାନ୍ତ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ, ମୁଖ୍ୟ ବକ୍ତା ରୂପେ ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ, ବାଣପୁର ଭଗବତୀ ଦେବୋତ୍ତର ବିଭାଗ ର ନିର୍ବାହୀ ଅଧିକାରୀ ବାଳ ମୁକୁନ୍ଦ ଦାସ ଯୋଗ ଦେଇଥିଲେ ! ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କବି ପୁରୁଷତ୍ତମ ମହାପାତ୍ର, ସାମ୍ବାଦିକ ପ୍ରକାଶ ପ୍ରଧାନ, ମହେଶ୍ୱର ଜେନା, ଆରତତ୍ରାଣ ଜାଲି, ଗୋବିନ୍ଦ ଚନ୍ଦ୍ର ଜାଲି, ସୁନୀଲ ପଣ୍ଡା, ରାକେଶ ସାହୁ, ସମାଜ ସେବି ନବକିଶୋର ପ୍ରଧାନ, ବୀରଭଦ୍ର କାଣ୍ଡି ପ୍ରମୁଖ ଯୋଗଦେଇ ମଧୁ ବାବୁଙ୍କ ବିଷୟରେ ଆଲୋଚନା କରି ଯୁବପିଢ଼ି ମାନେ ପ୍ରେରଣl ନେଇ ଓଡିଶା ନବ ନିର୍ମାଣ ରେ ବ୍ରତୀ ହେବା ପାଇଁ ଆହ୍ୱାନ ଦେଇଥିଲେ l କାର୍ଯ୍ୟକ୍ରମକୁ ସମ୍ବାଦ ପ୍ରତିନିଧି ସୁନୀଲ କୁମାର ସୁବୁଦ୍ଧି ସଂଯୋଜନା କରିଥିଲେ l ଶେଷରେ କବି ପି ଦିଗମ୍ବର ବିଶ୍ୱାଳ ମଧୁ ବାବୁଙ୍କ ଉପରେ କବିତା ପାଠ କରିଥିଲେ l

Exit mobile version