Site icon Awaj Media

ରାସ୍ତା ନିର୍ମାଣ ନିମ୍ନମାନର ଅଭିଯୋଗ : ୮ ଇଞ୍ଚ ସ୍ଥାନରେ ୪ ଇଞ୍ଚର ରାସ୍ତା ନିର୍ମାଣ କରୁଛନ୍ତି ବିଭାଗୀୟ ଯନ୍ତ୍ରୀ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଡମପଡ଼ା ବ୍ଲକ ସବୁବେଳେ ଦୁର୍ନିତିକୁ ନେଇ ଚର୍ଚ୍ଚାରେ ରହି ଆସିଛି । ପୂର୍ବରୁ ଏହି ବ୍ଲକର ୪ ଗୋଟି ପଞ୍ଚାୟତରେ ରୁର୍ବାନ ଯୋଜନାରେ ଦୁିର୍ନିତି ହୋଇଥିବା ଅଭିଯୋଗ ହୋଇଥିବା ବେଳେ ବର୍ତ୍ତମାନ ସୁଧା ପଞ୍ଚାୟତ ଗୁଡିକର ତଦନ୍ତ ଲୋକାୟୁକ୍ତ ଏବଂ ଭିଜିଲାନ୍ସ ଦ୍ୱାରା ଚାଲୁ ରହିଥିବା ଜଣାପଡିଛି । ବର୍ତ୍ତମାନ ବ୍ଲକ ଅନ୍ତର୍ଗତ ରଗଡି ଗ୍ରାମପଞ୍ଚାୟତର ସି.ଟି.ସ୍କୁଲ ଠାରୁ ମହିଳା ମହାବିଦ୍ୟାଳୟ ରାସ୍ତା ନିର୍ମାଣ କାର୍ଯ୍ୟ ସରିଥିବା ବେଳେ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । ନିମ୍ନମାନର ମ୍ୟାଟେରିଆଲ୍ ବ୍ୟବହାର ସହିତ ସରକାରୀ ଅନୁପାତ ଅନୁଯାୟୀ କାର୍ଯ୍ୟ ହୋଇନଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆର୍ଥିକ ବର୍ଷ ୨୦୨୧ – ୨୨ରେ ପଞ୍ଚମ ଏସ୍‌.ପି.ସି (ଜି.ଆଇ.ଏ) ଅଲୱେଦର କନେକ୍ଟିଭିଟିି ଯୋଜନାରେ ଏହି ରାସ୍ତା ନିର୍ମାଣ ପାଇଁ ୫ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିଲା । ଯାହାର କାର୍ଯ୍ୟାଦେଶ ପଞ୍ଚାୟତ ଦାୟତ୍ୱରେ ରହିଥିବା ବିଭାଗୀୟ ଯନ୍ତ୍ରୀଙ୍କ ନାମରେ ରହିଥିବା ଜଣାପଡିଛି । ସରକାରୀ ଆକଳନ ଅନୁଯାୟୀ ରାସ୍ତାଟି ୮ଇଞ୍ଚର ରହିଥିବା ଜେଇ ସ୍ୱୀକାର କରିଥିବା ବେଳେ ୪ ଇଞ୍ଚ ର ମେଟାଲିଂ ଏବଂ ୪ଇଞ୍ଚର ଚିପ୍ସ୍ ଭାଗ ରହିଛି । କିନ୍ତୁ ୮ଇଞ୍ଚ ବଦଳରେ ୪ ଇଞ୍ଚର କାର୍ଯ୍ୟକରି ରାସ୍ତାଟିକୁ ନିମ୍ନମାନର କରିଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ଖବର ପାଇ ଡମପଡା ବ୍ଲକ କଂଗ୍ରେସ କମିଟି ସଭାପତି ଅସୀତ୍ ବରଣ ପଟ୍ଟନାୟକ , ଆଶିଷ କୁମାର ମହାପାତ୍ର ଏବଂ ଅନ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ରାସ୍ତାର ଅନୁଧ୍ୟାନ କରିବା ସହିତ ୮ ଇଞ୍ଚ ଯାଗାରେ ୪ ଇଞ୍ଚର ରାସ୍ତା ନର୍ମାଣ କରି ସରକାରୀ ଅର୍ଥକୁ କନିଷ୍ଠ ଯନ୍ତ୍ରୀ ହରିଲୁଟ୍ କରିଥିବା ଅଭିଯୋଗ କରିଛନ୍ତି । ଏପରିକି ରାସ୍ତାଟିକୁ ମେଟାଲିଂ ନକରିବା ଫଳରେ ରାସ୍ତାଟି ସମତୁଲ ହୋଇନଥିବା ଅଭିଯୋଗ କରିଛନ୍ତି । ରାସ୍ତାଟି ଜନବସତି ଠାରୁ ଦୂରରେ ହୋଇଥିବା ବେଳେ ଏହାକୁ ହରିଲୁଟ୍ କରିବା ପାଇଁ ପ୍ରୟାସ କରାଯାଇଥିବା ଅଭିଯୋଗ ହୋଇଛି । ନର୍ମାଣ ପାଇଁ ସରକାରୀ ବିଧିବ୍ୟବସ୍ଥା ଅନୁସାରେ ଏକ ବ୍ୟୟ ଅଟକଳ ସହିତ କେଉଁ ଅନୁପାତରେ କାର୍ଯ୍ୟ ହେବ ତାହ ପୂର୍ବରୁ ସ୍ଥିର କରାଯାଇଥାଏ । ଏଥିନିମନ୍ତେ କନିଷ୍ଠ ଯନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି । କିନ୍ତୁ ଖୋଦ୍ କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ଥିବା ବେଳେ ଏହାକୁ ଏଡାଇ ଯାଇ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟକରି ରାସ୍ତାର ମୋଟେଇକୁ କିଭଳି ଭାବରେ କମ୍ କରିଲେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଥାଶୀଘ୍ର ଘଟଣାର ତଦନ୍ତ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି ।

Exit mobile version