Site icon Awaj Media

ଗ୍ରହରାଜ ଶନିଶ୍ଚର ଦେବଙ୍କ ଜଳାଭିଷେକ ଯାତ୍ରା ଅନୁଷ୍ଠିତ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ନବଗ୍ରହ ମଧ୍ୟରୁ ଗ୍ରହ ଶ୍ରେଷ୍ଠ ହେଉଛନ୍ତି ଶନି ! ଯେଉଁଥିପାଇଁ ତାଙ୍କୁ ଗ୍ରହରାଜ ଶନିଶ୍ଚର ବୋଲାଯାଏ । ବୈଶାଖ ମାସ ଶୁକ୍ଳପକ୍ଷ ତିଥି ଅକ୍ଷୟ ତୃତୀୟା ଯିବାର ପ୍ରଥମ ଶନିବାର ଦିନ ଗ୍ରହରାଜ ଶନିଶ୍ଚର ଙ୍କୁ ଜଳାଭିଷେକ କଲେ ସର୍ବ ଦୁଃଖକଷ୍ଟ ଓ ଗ୍ରହରିଷ୍ଟ୍ର ଖଣ୍ଡନ କରିଥାନ୍ତି ବୋଲି ବିଶ୍ଵାସ ରହିଛି । ଆଜି ସେହି ଶନିବାର ହୋଇଥିବାରୁ ସମସ୍ତ ଶନି‌ ମନ୍ଦିରରେ ଜଳାଭିଷେକ କରିବା ନିମନ୍ତେ ଶ୍ରଦ୍ଧାଳୁ ଙ୍କ ସମାବେଶ ହୋଇଛି । ଏହି ଅବସରରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେଶ୍ଵର ପଞ୍ଚାୟତ ଅଣସରପୁର ଗ୍ରାମ ର ମା ବୁଢୀ ଜାଗୁଳାଇ ମନ୍ଦିର ପ୍ରାଙ୍ଗଣରେ ଥିବା ଗ୍ରହରାଜ ଶନିଶ୍ଚର ଙ୍କ ନିକଟରେ ଜଳାଭିଷେକ ଯାତ୍ରା ମହା ସମାରୋହରେ ପାଳିତ ହୋଇଛି । ପ୍ରାତଃ ସମୟରୁ ପୂଣ୍ୟତୟା ଲୁଣାନଦୀ ରୁ ପ୍ରଥମ କଳସରେ ବ୍ରାହ୍ମଣ ଜଳ ଆଣି ଗ୍ରହରାଜ ଙ୍କୁ ସ୍ନାନ କରାଇଥିଲେ । ଏହାପରେ ରାଶିତେଲ ମଣ୍ଡନ କରି ରିତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ । ଏହାପରେ ଶ୍ରଦ୍ଧାଳୁ ମାନେ ଗ୍ରହରାଜ ଶନିଶ୍ଚର ଙ୍କୁ ଜଳାଭିଷେକ କରିଥିଲେ । ଜଳାଭିଷେକ କରିବା ନିମନ୍ତେ ପ୍ରବଳ ଶ୍ରଦ୍ଧାଳୁ ସମାଗମ ପରିଲକ୍ଷିତ ହୋଇଥିଲା । ଭକ୍ତମାନଙ୍କ ସମାଗମ ଓ ପୁଷ୍କରିଣୀ ରୁ ଜଳ ଉଠାଇବାକୁ ଦୃଷ୍ଟିରେ ରଖି ଯାତ୍ରା କମିଟି ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ସେହିପରି ନିଶ୍ଚିନ୍ତକୋଇଲି ବ୍ଲକ ର ଶୁକରପଡା ଓ ନିଶ୍ଚିନ୍ତକୋଇଲି ବଜାର ରେ ଥିବା ଗ୍ରହରାଜ ଶନିଶ୍ଚରଙ୍କୁ ଜଳାଭିଷେକ କରିବା ନିମନ୍ତେ ପ୍ରବଳ ଶ୍ରଦ୍ଧାଳୁ ସମାଗମ ହୋଇଥିଲା ।

Exit mobile version