Site icon Awaj Media

ବିକେପି ଯୁବ ନେତା ଅଭିଳାଷ ପଣ୍ଡା ଙ୍କ ଉପସ୍ଥିତି ରେ ପ୍ରଧାନମନ୍ତ୍ରୀ ଙ୍କ ମନ କି ବାତ ଶୁଣିବା ପାଇଁ ଏକାଠି ହେଲେ କାଳିଆପଲି ଗ୍ରାମବାସୀ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ନୟାଗଡ ଜିଲ୍ଲା ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ଶବର ରାଜା ବିଶ୍ଵାବସୁଙ୍କ ଗ୍ରାମ କାଳିଆପଲି ଠାରେ ଗ୍ରାମବାସୀ ମାନେ ଏକାଠି ବସି ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କୁ ଅତି ଆଗ୍ରହ ସହକାରେ ଶୁଣିଛନ୍ତି l ବିଜେପି ଯୁବନେତା ଅଭିଳାଷ ପଣ୍ଡାଙ୍କ ଉପସ୍ଥିତିରେ ଗ୍ରାମର ମହିଳା, ପୁରୁଷ, ଯୁବକ ସଭିଏଁ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଲାପଟପ ରେ ଦେଖିବା ପରେ, ଯୁବ ନେତା ଶ୍ରୀ ଅଭିଳାଷ ପ୍ରଧାନମନ୍ତ୍ରୀଙ୍କ ସମ୍ପୂର୍ଣ କଥାର ସାରକୁ ଓଡ଼ିଆ ଭାଷାନ୍ତର କରି ଗ୍ରାମବାସୀ ମାନଙ୍କୁ ବୁଝାଇଥିଲେ । ପ୍ରଧାନ ମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନକି ବାତ ର ପ୍ରଥମ ଅଧ୍ୟାୟ 2014 ମସିହା ଅକ୍ଟୋବର 3 ତାରିଖ ବିଜୟାଦଶମୀ ର ଶୁଭ ଅବସରରେ ରେ ପ୍ରସାରିତ ହୋଇଥିଲା l ଆଜି ମିଳିତ ଜାତିସଙ୍ଘ ମୁଖ୍ୟାଳୟ ରୁ ଏହି କାର୍ଯ୍ୟକ୍ରମ ସିଧା ପ୍ରସାରଣ କରାଯାଇଥିଲା l ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ଏଭଳି ଐତିହାସିକ ମୁହୂର୍ତ୍ତ ପାଇଁ ଆଜି କାଳିଆପଲି ଗ୍ରାମର ଅଧିବାସୀମାନେ ମନ୍ କି ବାତ୍ କାର୍ଯ୍ୟକ୍ରମର ୧୦୦ ତମ ବିଶ୍ଵ ରେକର୍ଡରେ ଖୁସି ଜାହିର କରିବା ସହ ପ୍ରଧାନମନ୍ତ୍ରୀଙ୍କର ସ୍ବାସ୍ଥ୍ୟ ଏବଂ ଦୀର୍ଘ ଜୀବନ କାମନା କରିଥିଲେ ।

Exit mobile version