Site icon Awaj Media

ଭଙ୍ଗା କୁଡ଼ିଆରେ ବିତୁଛି ୪ ପ୍ରାଣୀଙ୍କ ଜୀବନ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସରକାର ଏଠି ଗରୀବ ଆଦିବାସୀ ଲୋକଙ୍କ ପାଇଁ ଯୋଜନା ପରେ ଯୋଜନା କରି ଚାଲିଛନ୍ତି ! କିନ୍ତୁ ଏସବୁ ଯୋଜନା ଗରିବ ଆଦିବାସୀ ଲୋକ ମାନଙ୍କ ପାଖରେ ପହଞ୍ଚିବାରେ ବିଫଳ ଦେଖିବାକୁ ମିଳୁଛି । ଏଠି ପ୍ରଶ୍ନ ଉଠୁଛି ସରକାରଙ୍କ ଏତେ ଯୋଜନା ଥାଇ ବି ଗରିବ ଲୋକଟେ ଯଦି ଯୋଜନାରୁ ବଞ୍ଚିତ ରହୁଛି ତାହାଲେ ସରକାରଙ୍କ ଏତେ ଯୋଜନା କାହା ପାଇଁ, ଗରିବ ଲୋକଙ୍କ ପାଇଁ ନା ଧନୀ ଲୋକମାନଙ୍କ ପାଇଁ ? ଦେଖନ୍ତୁ ଆମେ ଆପଣଙ୍କୁ ଦେଖାଉଛୁ ଏମିତି ଏକ ଭଙ୍ଗା ଚାଳ ଛପର ଘର ଯେଉଁଠି ରହୁଛନ୍ତି ୪ ପ୍ରାଣୀ, ଏ ଘରର ଛପର ଉଡିଯିବା ପରେ ଜରି ପାଲ ଟଙ୍ଗାଯାଇଛି ତଥାପି ସୂର୍ଯ୍ୟଙ୍କ କିରଣ ଦେଖିବାକୁ ମିଳୁଛି ଏବଂ କିଛି କିଛି ଜାଗାରେ କାଠ ଖୁଣ୍ଟ ଭାଙ୍ଗିଯାଇ ତଳକୁ ଓହୋଳିକି ରହିବାର ମଧ୍ୟ ଦେଖିବାକୁ ମିଳୁଛି ! ଏଥିରୁ ଆମେ ଚିନ୍ତା କରିପାରିବା ଏହି ୪ ପ୍ରାଣୀ ଏହି ଚାଳ ଛପର ଘରେ କେତେ ବା ସୁରକ୍ଷିତ । ଆମେ ଆପଣଙ୍କୁ କହୁଛୁ ଏମିତି ଏକ ଦୁଖଃଭରା କାହାଣୀ , ସୁକିନ୍ଦା ବ୍ଲକ ଅନ୍ତର୍ଗତ ସୁକିନ୍ଦା ପଞ୍ଚାୟତର ମାଧପୁର ଗ୍ରାମର ଟୁଲୁ ପୂର୍ତ୍ତିଙ୍କ ପରିବାରର କଥା । ଟୁଲୁ ପୂର୍ତ୍ତି ଅନେକ ବାର ବାରମ୍ବାର ବ୍ଲକ ପ୍ରଶାସନ ଏବଂ ସୁକିନ୍ଦାଗଡର ସରପଞ୍ଚଙ୍କୁ ଜଣେଇବା ପରେ ତାଙ୍କ କଥା କେହି କର୍ଣ୍ଣପାତ କରୁନଥିବାର ଅଭିଯୋଗ କରିଛନ୍ତି । ସେ ହେଉଛନ୍ତି ଗରିବ ଖଟିକିଆ ଦିନ ମଜୁରିଆ ଲୋକ ! ଯେଉଁଦିନ କାମ କରିବାକୁ ଯିବେ ସେଇଦିନ ଦିମୁଠା ଖାଇବେ ! ଆଉ ଯୋଉଦିନ କାମକୁ ନଯାଇ ପାରିବେ ସେଦିନ ତାଙ୍କ ପରିବାର ଉପାସରେ ରହିବେ । ନା ରହିବାକୁ ଅଛି ଖଣ୍ଡେ ଭଲ ଘର ନା ପିନ୍ଧିବାକୁ ମିଳୁଛି ଖଣ୍ଡେ ଭଲ କପଡା, ଏମିତି କି ବର୍ଷା ହେଲେ ଘରର ସମସ୍ତ ଆସବା ପତର ଓଦା ହୋଇଯାଏ ଏବଂ ଟୁଲୁ ଙ୍କ ପରିବାର ଶୋଇ ନପାରି ଘରର ଗୋଟେ କଣରେ ଜାକି ହୋଇ ବସି ରାତି ଅନିଦ୍ରା ରହି ସମୟ କାଟନ୍ତି । ଟୁଲୁ ପୂର୍ତ୍ତିଙ୍କ ପରିବାର ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ତାଙ୍କୁ ବିଜୁ ପକ୍କା ଘର ହେଉ ଆବାସ ଯୋଜନାରେ ଗୋଟେ ଘର ଦିଆଯାଉ ! ତେବେ ଦେଖିବାକୁ ବାକି ରହିଲା ଟୁଲୁ ପୂର୍ତ୍ତିଙ୍କ ପରିବାରର ଦୁଃଖ କେବେ ଶୁଣୁଛନ୍ତି ସରକାର ।

Exit mobile version