ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବିଦ୍ୟୁତ ବିଭାଗର ଦାୟିତ୍ୱହୀନତା ଯୋଗୁ ଜଣେ ନାବାଳକ ଗୁରୁତର ଆହତ ହୋଇ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟ ଜଣେ ମହିଳା ଆହତ ହୋଇଛନ୍ତି ! ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ତାଙ୍କର ପ୍ରାଥମିକ ଚିକିତ୍ସା ଜାରି ରହିଛି । ସୂଚନା ମୁତାବକ ସୁକିନ୍ଦା ଥାନା ଅନ୍ତର୍ଗତ ଆମ୍ବପାଳ ଗ୍ରାମ ଚନ୍ଦ୍ରମଣି ମହାରଣାଙ୍କ 8 ବର୍ଷର ପୁଅ ସୁନିଲ ଏକ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବଞ୍ଚି ଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଚନ୍ଦ୍ରମଣିଙ୍କ ଘର ନିକଟରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ଏକ ଟ୍ରାନ୍ସଫର୍ମର ଅବସ୍ଥାପିତ ହୋଇଛି । ସେହି ଟ୍ରାନ୍ସଫର୍ମର ର ସୁରକ୍ଷା ବାଡ ନଥିବା କାରଣରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୁନିଲ ଖେଳୁଥିବା ସମୟରେ ବିଦ୍ୟୁତ ଆଘାତର ଶୀକାର ହୋଇଥିଲା । ପାଟି ଶୁଣି ତାଙ୍କ ବଡ଼ମା ସୁନିଲକୁ ଉଦ୍ଧାର କରିବା ସମୟରେ ସେ ମଧ୍ୟ ବିଦ୍ୟୁତ୍ ଆଘାତର ଶୀକାର ହୋଇଥିଲେ । ଏହି ଦୁର୍ଘଟଣାରେ ସୁନିଲ ଗୁରୁତର ଆହତ ହୋଇ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ବେଳେ ମହିଳା ଘରେ ଚିକିତ୍ସିତ ହେଉଛନ୍ତି । ସୁନିଲର ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯିବ ବୋଲି ଜଣାପଡିଛି । ଏହି ଦୁର୍ଘଟଣା ପାଇଁ ପରିବାର ଲୋକେ ବିଦ୍ୟୁତ୍ ବିଭାଗକୁ ସିଧାସଳଖ ଦାୟୀ କରିଛନ୍ତି ।
ବିଦ୍ୟୁତ ବିଭାଗର ଦାୟିତ୍ୱହୀନତା : କରେଣ୍ଟ ଲାଗି ଦୁଇ ଗୁରୁତର, ଅଳ୍ପକେ ବଞ୍ଚିଲା ନାବାଳକ !!!

