Site icon Awaj Media

ଏକାଦଶ କୃଷି ଗଣନା ୨ ୟ ପର୍ଯ୍ୟାୟ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଭାରତ ସରକାରଙ୍କର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଓଡ଼ିଶା ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗ ଏବଂ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ତତ୍ତ୍ଵାବଧାନରେ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଏକାଦଶ କୃଷି ଗଣନା ପାଇଁ ଗଜପତି ଜିଲ୍ଲାର ୨ୟ ପର୍ଯ୍ୟାୟ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ତଥା ଜିଲ୍ଲା କୃଷି ଗଣନା ଅଧିକାରୀ ବୀରେନ୍ଦ୍ର କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଅତିରିକ୍ତ ଜିଲ୍ଲାପାଳ କହିଥିଲେ ଯେ ଚଳିତ ଏକାଦଶ କୃଷି ଗଣନାର ଆଭିମୁଖ୍ୟ ସହିତ ଏଥିରେ ସାମିଲ ହେବାକୁ ଥିବା ନୂତନ ନିୟମବଳୀକୁ ପାଳନ କରି ସର୍ଭେ କାମ ଧାର୍ଯ୍ୟ ସମୟ ମଧ୍ୟରେ ସମାପ୍ତ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ଯୋଜନା ଓ ପରିସଂଖ୍ୟାନ ଉପ ନିର୍ଦ୍ଦେଶକ କୁଳମଣୀ ରାଉତ ଏହି କୃଷି ଗଣନାର ଉଦ୍ଦେଶ୍ୟ ସଂପର୍କରେ ସମସ୍ତ ସଦସ୍ୟଙ୍କୁ ୨ୟ ପର୍ଯ୍ୟାୟ କରିବା ସହିତ ଏହି ସର୍ଭେର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସଫଳତାର ସହିତ କାର୍ଯ୍ୟକାରୀ କରାଯାଇଛି ଏବଂ ଏଥିରେ ନିଯୁକ୍ତ ତିନି ଗୋଟି ବିଭାଗର ଯଥା କୃଷି ବିଭାଗ, ରାଜସ୍ବ ବିଭାଗ ଓ ପରିସଂଖ୍ୟାନ ବିଭାଗର କ୍ଷେତ୍ର କର୍ମଚାରୀ ମାନେ ନିର୍ଦ୍ଧାରିତ ସମୟରେ ପ୍ରଥମ ପର୍ଯ୍ୟାୟ ଗଣନା କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବିଶେଷ କରି ରାଜସ୍ବ ଓ କୃଷି ବିଭାଗର କ୍ଷେତ୍ର କର୍ମଚାରୀ ମାନଙ୍କୁ ବାକି ଥିବା କାର୍ଯ୍ୟକୁ ତୱରାନ୍ୱିତ କରିବା ନିମନ୍ତେ ଉପସ୍ଥିତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ ଜିଲ୍ଲାର ସମସ୍ତ ତହସିଲଦାର ଯୋଗ ଦେଇଥିବା ବେଳେ ଜିଲ୍ଲା ପରିସଂଖ୍ୟାନ ଅଧିକାରୀ ଅକ୍ଷୟ କୁମାର ବେହେରା ଓ ଅରୁଣ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Exit mobile version