Site icon Awaj Media

ସୁକିନ୍ଦା ବ୍ଲକରେ ଖାଲିଥିବା ୧୫ ଟି ୱାର୍ଡ ମେମ୍ବର ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକରେ ଖାଲିଥିବା ୧୫ ଟି ୱାର୍ଡ ମେମ୍ବର ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ! ଏହି ବ୍ଲକ ଅନ୍ତର୍ଗତ ସଂସାଇଲୋ ପଞ୍ଚାୟତର ୧୫ନଂ, ଆମ୍ପୋଳବା ପଞ୍ଚାୟତର ୭ ନଂ ଓ ୯ ନଂ, ହରିପୁରର ୮ ନଂ, ରାସୋଳ ପଞ୍ଚାୟତ ୧୪ ନଂ ଓ ଦୁଧୂଯୋରି ପଞ୍ଚାୟତର ୧୪ ନଂ ୱାର୍ଡରେ ସରକାରଙ୍କ ନିର୍ଦ୍ଧାରିତ ପଦବୀ ଅନୁସାରେ ଆବଶ୍ୟକୀୟ ପ୍ରାର୍ଥୀ ନଥିବା କାରଣରୁ ୱାର୍ଡ ମେମ୍ବର ପଦବୀ ଖାଲି ପଡିଥିଲା । ସରକାରଙ୍କ ପକ୍ଷରୁ ଏହାକୁ ସଂଶୋଧନ କରାଯିବା ପରେ ନିର୍ବାଚନ ଘୋଷଣା କରାଯାଇଥିଲା । ଖାଲିଥିବା ୧୫ଟି ପଦବୀ ମଧ୍ୟରୁ ୯ ଟି ୱାର୍ଡରେ ପ୍ରାର୍ଥୀମାନେ ନିର୍ଦ୍ଵନ୍ଦରେ ବିଜୟୀ ହୋଇଥିବା ବେଳେ ଅବଶିଷ୍ଟ ୬ ଟି ୱାର୍ଡ ମେମ୍ବର ପଦବୀ ପାଇଁ ସାନି ନିର୍ବାଚନ ଅନୁଷ୍ଠିତ ହୋଇଛି । ଏହି ମତଦାନ ପ୍ରକ୍ରିୟା ସକାଳ ୭ ଘଟିକାରୁ ଅପରାହ୍ନ ୧ ଘଟିକା ପର୍ୟ୍ୟନ୍ତ ଚାଲିଥିଲା । ସମସ୍ତ୍ ବୁଥରେ ୯୦ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ଏହି ନିର୍ବାଚନରେ କୌଣସି ବିବାଦ ନଥିଲେ ମଧ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ଦେଖିବାକୁ ମିଳିଛି । ନିର୍ବାଚନକୁ ସୁକିନ୍ଦା ବିଡିଓ ନମ୍ରତା ମୋଦୀ ନିର୍ବାଚନ ଅଧିକାରୀ ଭାବେ ଦାୟୀତ୍ବ ବହନ କରିଥିଲେ ଓ ଜିପିଓ ସତ୍ୟଭୂଷଣ ବିଶ୍ବାଳ ପରିଚାଳନାରେ ସହଯୋଗ କରିଥିଲେ ।

Exit mobile version