ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ଼ ଜିଲ୍ଲା ନୟାଗଡ଼ ବ୍ଲକ ଅନ୍ତର୍ଗତ ଗଦାଧର ପ୍ରସାଦ ଗ୍ରାମ ପଞ୍ଚାୟତ ହରିପୁର ଗ୍ରାମ ରେ ବହୁ ସଂଖ୍ୟାରେ ବିଜୁ ଜନତା ଦଳ କର୍ମୀ ବିଜେଡି ଛାଡ଼ି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଜେପି ରେ ଯୋଗ ଦେଇଛନ୍ତି ! ଏହି ମିଶ୍ରଣ ପର୍ବ ରେ ନୟାଗଡ଼ ନିର୍ବାଚନ ମଣ୍ଡଳୀ ର ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଙ୍କ ନେତୃତ୍ବରେ ୧୦୦ରୁ ଉର୍ଦ୍ଧ୍ବ କର୍ମୀ ବିଜୁ ଜନତା ଦଳ ଛାଡ଼ି ବିଜେପି ରେ ଯୋଗ ଦେଇଥିଲେ । ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ସନ୍ତୋଷ ପ୍ରଧାନ, ନସିର ଅହମଦ, ପ୍ରହଲ୍ଲାଦ ବରାଡ, ସୌମ୍ୟରଞ୍ଜନ ପ୍ରଧାନ, କୃପାସିନ୍ଧୁ ଗୌଡ଼, ଦିଲ୍ଳିପ ବେହେରା, ରୋହିତ କୁମାର ନାୟକ, ସଞ୍ଜୟ କୁମାର ନାୟକ ଙ୍କ ଉପସ୍ଥିତି ରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ସୂଚନା ମୁତାବକ ହରିପୁର ଗ୍ରାମଟି ବିଜୁ ଜନତା ଦଳ ର ଗଡ ଥିବା କଥା ଜନସାଧାରଣ କହୁଥିବା ବେଳେ ଏହି ଗଡ ଟିକୁ ବହୁ ଦିନ ପରେ ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ କାୟା ବିସ୍ତାର କରିଥିବା ସୂଚନା ମିଳିଛି !
ଶଙ୍ଖ ଛାଡି ପଦ୍ମ ଧରିଲେ ଗଦାଧର ପ୍ରସାଦ ଗ୍ରାମ ପଞ୍ଚାୟତ ହରିପୁର ଗ୍ରାମ ର କର୍ମୀ !!!

