Site icon Awaj Media

ଆଇ ଆଇ ଏମ୍ ଏସ ରେ ଓରିଏଣ୍ଟେସନ କାର୍ଯ୍ୟକ୍ରମ – ସଫଳତା ପାଇବା ପାଇଁ ସ୍ବପ୍ନ ଦେଖିବା ଜରୁରୀ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ ଜିଲ୍ଲା ଇଟାମାଟି ସ୍ଥିତ ଆଇଡିଓଲ ଇନଷ୍ଟିଚ୍ୟୁଟ ଅଫ ମେନେଜମେଣ୍ଟ ଷ୍ଟଡିସ (ଆଇ ଆଇ ଏମ ଏସ) ର ୩ୟ ଓରିଏଣ୍ଟସନ କର୍ମଶାଳା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସଞ୍ଜିତ ରୋସନ ପଟ୍ଟନାୟକ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ଲେଖକ, ଗାଳ୍ପିକ, ସୁସାହିତ୍ୟିକ ତଥା ରାଜ୍ୟ ସରକାରଙ୍କ ଦ୍ବାରା ନାଟ୍ୟ ଭୂଷଣ ରେ ଭୂଷିତ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ.ବିଜୟ କୁମାର ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ ନିଜ ବକ୍ତବ୍ୟରେ ପରିବାର, ମାନବିକତା, ଆଦର୍ଶ ବ୍ୟକ୍ତିର ପରିଚାଳନା ଦକ୍ଷତା ଉପରେ ଆଲୋଚନା କରିଥିଲେ । ପୀତାମ୍ବର ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଦର୍ପନାରାୟଣପୁର କଲେଜର ଅଧ୍ୟକ୍ଷ ମହେନ୍ଦ୍ର କୁମାର ମହାନ୍ତି, ସୁବର୍ଣ୍ଣପୁର ଜିଲା ବିନିକା ସିଦ୍ଧାର୍ଥ କଲେଜର ଅଧ୍ୟକ୍ଷା ରେଖା ପ୍ରଧାନ, ଇଟାମାଟି କଲେଜର ଅଧ୍ୟକ୍ଷ ଅଶୋକ କୁମାର ନାଏକ, ପ୍ରଫେସର କିଶୋର ଚନ୍ଦ୍ର ମିଶ୍ର, ଆଇ ଆଇ ଏମ ଏସ ଭୁବନେଶ୍ବର ର ଅଧ୍ୟକ୍ଷ ରାଷ୍ଟ୍ର ରଞ୍ଜନ ମହାନ୍ତି, ଅଧ୍ୟାପକ ପ୍ରଦୀପ କୁମର ବିଶ୍ବାଳ, ସ୍ଥାନୀୟ ଅନୁଷ୍ଠାନ ର ସମ୍ପାଦକ ଶିଶିର କୁମାର ପଟ୍ଟନାୟକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ଉପସ୍ଥିତ ଛାତ୍ରୀଛାତ୍ର ଙ୍କୁ କଠିନ ପରିଶ୍ରମ କରି ସଫଳତା ପାଇବାକୁ ପରାମର୍ଶ ଦେଇଥିଲେ । ସଫଳତା ପାଇବା ପାଇଁ ଏଭଳି ସ୍ବପ୍ନ ଦେଖ ଯେପରି ସ୍ବପ୍ନ ଶୁଆଇ ଦେବ ନାହିଁ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅନୁଷ୍ଠାନର କର୍ମଚାରୀ, ଛାତ୍ରୀଛାତ୍ର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନନ୍ୟା ମଲ୍ଲିକ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଅନୁଷ୍ଠାନର ଅଧ୍ୟକ୍ଷ ଦୁର୍ବାଶା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର, ସମ୍ବଲପୁର, ସୁନ୍ଦରଗଡ, ବରଗଡ, ଫୁଲବାଣୀ, କନ୍ଧମାଳ, ମାଲକାନାଗିରି ଆଦି ଜିଲ୍ଲାର ଶତାଧିକ ଛାତ୍ରୀଛାତ୍ର ଯୋଗ ଦେଇଥିଲେ ।

Exit mobile version