ସାନ ରାଧାକାନ୍ତ ମଠରେ ନୃସିଂହ ଚତୁର୍ଦ୍ଦଶୀ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ସାନ ରାଧା କାନ୍ତ ମଠ (ନୃସିଂହ ନାଥ ) ମନ୍ଦିରରେ ନୃସିଂହ ଚତୁର୍ଦ୍ଦଶୀ ତିଥି ପାଳିତ ହୋଇ ଯାଇଛି । ମହନ୍ତ ମଦନ ଗୋପାଳ ଦାସ ଓ ମଧୁସୂଦନ ଦାସଙ୍କ ତତ୍ୱାବାଧାନରେ ନୃସିଂହ ଚତୁର୍ଦ୍ଦଶୀ ପାଳିତ ହୋଇଯାଇଛି । ରାଧାକାନ୍ତ ମହାପ୍ରଭୁ ଓ ନୃସିଂହ ନାଥ ମହାପ୍ରଭୁଙ୍କୁ ନେଇ ମନ୍ଦିର ପରିସରରେ ହରି ନାମ ସଂକୀର୍ତ୍ତନ ସହ ଭଗବାନ ନୃସିଂହ ନାଥଙ୍କୁ ସୁସଜ୍ଜିତ କରି ସନ୍ଧ୍ୟା ଆଳତୀ କରାଯାଇଥିଲା । ଦିନ ତମାମ ଶ୍ରଦ୍ଧାଳୁ ଙ୍କ ସମାଗମ ଦେଖିବାକୁ ମିଳିଥିଲା । ପ୍ରତିବର୍ଷ ବୈଶାଖ ମାସ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ନୃସିଂହ ଜନ୍ମ ଉତ୍ସବ ପାଳନ କରାଯାଇଥାଏ । ଭକ୍ତ ମାନଙ୍କୁ ପଣା ବଣ୍ଟନ କରାଯାଇଛି । ମନ୍ଦିର ପରିସରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଆଖପାଖ ପୁରପଲ୍ଲୀରୁ ଭକ୍ତଙ୍କ ସୁଅ ଛୁଟିଥିଲା ।

Leave a Reply

Your email address will not be published. Required fields are marked *