Site icon Awaj Media

ବାଲୁଗାଁ କଲେଜର ଯୁକ୍ତ ଦୁଇ କଳା ଛାତ୍ରୀ ପ୍ରଜ୍ଞାସ୍ମିତା ସାହୁ : ଗୀତ ଗାଇବାରେ ରହିଛି ତାଙ୍କର ବେଶ ଦକ୍ଷତା !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଏକଦା ଉତ୍କଳର କଥା, ଗାଥା, ପରମ୍ପରା, ଜନସମାଜ, ଶିକ୍ଷା, ଶାସନ ତନ୍ତ୍ର, ଶିଳ୍ପ, ବାଣିଜ୍ୟ ଓ ରାଜନୀତି ଆଦି ସାମାଜିକ ବିକାଶର ଅନୁଭବ ସ୍ତରରେ ଦ୍ୱିଗୁଣିତ ହେଉଥିଲା, ଠିକ୍ ସେହି ସମୟରେ ବିଦେଶୀ ବା ଅଣଓଡ଼ିଆ ମାନଙ୍କର କୃର ଚକ୍ରାନ୍ତ, ଓଡ଼ିଆ ଭାଷା ଓ ସାହିତ୍ୟ ସଂସ୍କୃତିର ବିଲୋପ ଦିଗରେ ହୀନ ଚେଷ୍ଟା ଚାଲିଥିଲା ସେହି ସନ୍ଧିକ୍ଷଣରେ ଅନେକ ଯୋଗଜନ୍ମା, ସାରସ୍ବତ ବରେଣ୍ୟ ସାଧକ ନିଜର ପ୍ରଚେଷ୍ଟା ବଳରେ ଓଡ଼ିଆର ସ୍ଵତନ୍ତ୍ରତା ପାଇଁ ସ୍ଵର ଉତ୍ତୋଳନ କରି ଭାଷା ଓ ଜାତିକୁ ବଞ୍ଚାଇଥିଲେ । ଆଜି ଆମ ଗହଣରେ ମଧ୍ୟ ଅନେକ ନବୀନ ପ୍ରବୀଣ ପ୍ରତିଭା ଅଛନ୍ତି ଯେଉଁ ମାନେ ସେହି ମହା ମାନବଙ୍କ ପ୍ରେରଣାରେ ଉଦବୁଦ୍ଧ ହୋଇ ଆମ ଭାଷା ଆଉ ସାହିତ୍ୟକୁ ଭଲପାଇ ଏଥିରେ ପିଲାଦିନୁ ନିଜର ରୁଚି ରଖି ଆଜି ସମାଜ ଆଗରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ! ସେଇଭଳି ଜଣେ କିଶୋରୀ ଗାୟିକା ଆମ ସହିତ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ କଲେଜର ଯୁକ୍ତ ଦୁଇ କଳା ଶ୍ରେଣୀର ଛାତ୍ରୀ ପ୍ରଜ୍ଞାସ୍ମିତା ସାହୁ । ବାଲୁଗାଁ ଚିଲିକା ରୋଡ ରେ ବସବାସ କରୁଥିବା ସୁବାଷ ଚନ୍ଦ୍ର ସାହୁ ଏବଂ ମାଆ କାମିନୀ ସାହୁଙ୍କ ଝିଅ ପ୍ରଜ୍ଞାସ୍ମିତା ସାହୁ। ବର୍ତ୍ତମାନ ବାଲୁଗାଁ ମହାବିଦ୍ୟାଳୟ ର ଯୁକ୍ତ ଦୁଇ କଳା ଶ୍ରେଣୀରେ ଛାତ୍ରୀ ଅଟନ୍ତି ।

ପ୍ରଜ୍ଞାସ୍ମିତା ଯେତେବେଳେ ତୃତୀୟ ଶ୍ରେଣୀରେ ଅଧ୍ୟୟନ କରୁଥିଲେ ସେହି ସମୟରେ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ନିଜର ସଙ୍ଗୀତ ପରିବେଷଣ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ । ତତ ସହିତ ନୃତ୍ୟ, ଚିତ୍ରାଙ୍କନ, ବକୃତା ପତିଯୋଗୀତାରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟରେ ନିମନ୍ତ୍ରଣ ରକ୍ଷା କରି ଆଖ ପାଖ ଅଞ୍ଚଳର ବିଭିନ୍ନ ପର୍ବପର୍ବାଣୀ ରେ ନିଜର ସଙ୍ଗୀତ ପରିବେଷଣ କରି ପୁରସ୍କାର ମଧ୍ୟ ପାଇଛନ୍ତି । ପ୍ରଜ୍ଞାସ୍ମିତା ବ୍ଲକ, ଜିଲ୍ଲା ସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ସଙ୍ଗୀତ ପରିବେଷଣ କରି ସେଠାରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରି ପାରିଛନ୍ତି । ତତ୍ ସଙ୍ଗେ ସଙ୍ଗେ ଭୁବନେଶ୍ବର, ବ୍ରହ୍ମପୁର ସହର ପରି ଅନେକ ଜାଗା ମାନଙ୍କୁ ଯାଇ ନିଜ ଭିତରେ ରହିଥିବା କଳା ଗୁଡ଼ିକ ପଦର୍ଶନ କରି ସ୍ଥାନୀୟ ଅଞ୍ଚଳ ବାସୀଙ୍କ ପ୍ରିୟ ଭାଜନ ହୋଇପାରିଛନ୍ତି ପ୍ରଜ୍ଞାସ୍ମିତା । ଗତକିଛି ଦିନ ତଳେ ଅନୁଷ୍ଠିତ ହୋଇଥିବା ବାଲୁଗାଁ କଲେଜର ବାର୍ଷିକ ଉତ୍ସବର ବିଭିନ୍ନ ପତିଯୋଗିତା ଭାଗନେଇ ପ୍ରଥମ ସ୍ଥାନ ଅଧିକାର କରି ପାରିବା ସହ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପ୍ରିୟ ଛାତ୍ରୀ ହୋଇ ପାରିଛନ୍ତି ପ୍ରଜ୍ଞାସ୍ମିତା । ଏଥି ସହିତ ସିଦ୍ଧାର୍ଥ ଟିଭିର ଭକ୍ତିକଣ୍ଠ କାର୍ଯ୍ୟକ୍ରମରେ ସଙ୍ଗୀତ ଅଡିସନରେ ଅଂଶ ଗ୍ରହଣ କରି ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଚୟନ ହୋଇଛନ୍ତି । ପ୍ରଜ୍ଞାସ୍ମିତାଙ୍କ ଏହି ସମସ୍ତ ସଫଳତା ତାଙ୍କ ପିତା ମାତାଙ୍କ ଅଭିପ୍ରେରଣା ହିଁ ତାଙ୍କ ର ଏହି ସଫଳତା ର ଶ୍ରେୟ ବୋଲି ଦୃଢତାର ସହ କହିଛନ୍ତି ।

Exit mobile version