ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠ ରେ ଥିବା ରାମ ସଗାର ଦିନକୁ ଦିନ ସୌନ୍ଦର୍ଯ୍ୟ ହରାଉଛି । ସାଙ୍ଗକୁ ଜଳ ଧାରଣ କ୍ଷମତା ମଧ୍ୟ ହରାଉଛି । ଦିନେ ରାମ ସାଗର ଦ୍ଵାରା ଚାଷୀ ଖରିଫ ଓ ରବି ଫସଲ ସହିତ ବିଭିନ୍ନ କିସମର ଚାଷ କରି ଲାଭବ।ନ ହେଉଥିଲା । ବର୍ତ୍ତମାନ ଜଳ ଧାରଣ କ୍ଷମତା ହରାଇଛି । ପୁନରୁଦ୍ଧାର ହୋଇଛି , ଦଳ ସଫା କରାଯାଇ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ! ହେଲେ ଜଳ ଧାରଣ କ୍ଷମତା ହରାଇଛି । ବର୍ତ୍ତମାନ ଦଳ ଡାଳ ପତ୍ର ରେ ପରିପୂର୍ଣ୍ଣ । ଏହା କୁ ସଫା ଓ ପୁନରୁଦ୍ଧାର ହୋଇ ପାରିଲେ ଚାଷୀ ଉପକୃତ ହୋଇପାରିବେ ! ରାମସାଗର ର ମଦ।ଙ୍ଗ ବ। ସ୍ୱିଚ ଗେଟ ନଷ୍ଟ ହୋଇ ଗଲାଣି ! ଯାହା ଦ୍ୱାରା ଚାଷୀ ନାନା ଅସୁବିଧା ସମୁଖୀନ ହେବକୁ ପଡୁଛି । ମଧ୍ୟ ଭାଗ ର ମଦ।ଙ୍ଗ ନଷ୍ଟ ହେବା ଫଳରେ ରାସ୍ତା ର ମଧ୍ୟ ଭାଗ ରେ ବଡ ଗର୍ତ ସୃଷ୍ଟି ହୋଇଥିଲା ! ତାହା କୁ ସିମେଣ୍ଟ ବଡ଼ ନଳା ଓ ମୋରୁମ ପକାଇ ବନ୍ଦ କରାଯାଇଛି । ସେହି ମଝି ମନ୍ଦ।ଙ୍ଗ କାମ କରୁନଥିବା ଅଭିଯୋଗ ହୋଇଛି। ସାଗର ରେ ଅଧିକା ଜଳ କ୍ଷମତା ହେଲେ ଏହି ମଦ।ଙ୍ଗ ଦ୍ଵାର। ଜଳ ନିଷ୍କାସନ କରାଯାଉଥିଲା ! ବର୍ତ୍ତମାନ ତାହା କାର୍ଯ୍ୟକ୍ଷମ ହେଉ ନଥିବା ଅଭିଯୋଗ ହେଉଛି । ବର୍ଷା ଦିନେ ଅଧିକା ଜଳ ହେଲେ ଅସୁବିଧା ସମୁଖୀନ ହେଉଥିବା ଅଭିଯୋଗ ହେଉଛି । ଏଥି ପ୍ରତି ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଲେ ଚାଷୀ ଉପକୃତ ହୋଇପାରିବେ ।
ସୌନ୍ଦର୍ଯ୍ୟ ହରାଉଛି ରାମ ସାଗର : ପୁନରୁଦ୍ଧାର କେବେ ???

