ସେଞ୍ଚୁରୀୟନ୍ ବିଶ୍ଵ ବିଦ୍ୟାଳୟଠାରେ ଏନଟିଏ ଦ୍ଵାରା ନିଟ୍ 2023 !!!

0
186

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଥିବା ସେଞ୍ଚୁରୀୟନ୍ ବିଶ୍ଵ ବିଦ୍ୟାଳୟ ଠାରେ ଏନଟିଏ ଦ୍ଵାରା ଆୟୋଜିତ ନିଟ୍ 2023 ସଂଗଠିତ ହୋଇଯାଇଛି । ଏହି ପରୀକ୍ଷାରେ ଡାକ୍ତରୀ ପାଠ ପ୍ରତି ଆଗ୍ରହ ଥିବା 304 ଜଣ ଛାତ୍ରଛାତ୍ରୀ ପରୀକ୍ଷା ନିମନ୍ତେ ଆବେଦନ କରିଥିବା ବେଳେ ସେଥିରୁ 292 ଜଣ ବିଦ୍ୟାର୍ଥୀ ପରୀକ୍ଷାରେ ଉପସ୍ଥିତ ଥିଲେ । ନିର୍ଦ୍ଦେଶକ ପ୍ରଶାସକ ଡ. ଦୁର୍ଗା ପ୍ରସାଦ ପାଢି , ଡିନ୍ ଡ. ଏସ୍ ପି ନନ୍ଦ, ଦେବରାଜ ଗ୍ରହଚାରୀ ପରୀକ୍ଷାକୁ ସୁଚାରୁ ରୂପେ ପରିଚାଳନା କରିବାରେ ସାହାଯ୍ୟ କରିଥିଲେ । ବିଶ୍ଵ ବିଦ୍ୟାଳୟର ସଭାପତି ପ୍ରଫେସର୍ ଡ. ମୁକ୍ତିକାନ୍ତ ମିଶ୍ର , ଉପସଭାପତି ପ୍ରଫେସର ଡ . ଡି. ଏନ୍ ରାଓ ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗର ସମର୍ଥନ ଓ ସହଯୋଗରେ ନିଟ୍ 2023 ସେଞ୍ଚୁରୀୟନ୍ ବିଶ୍ଵ ବିଦ୍ୟାଳୟ ପରିସରରେ ସୁଚାରୁ ରୂପେ ହୋଇଯାଇଛି। ଏଥି ପାଇଁ ପରୀକ୍ଷାର ସହର ସଂଯୋଜକ ଭାବେ ସେଞ୍ଚୁରୀୟନ୍ ପବ୍ଲିକ ସ୍କୁଲର ପ୍ରିନ୍ସିପାଲ୍ ଶ୍ରୀମତୀ ସୁନିତା ପାଣିଗ୍ରାହୀ , କେନ୍ଦ୍ର ଅଧିକ୍ଷକ ଭାବେ ଡ.ବନୀତା ମଲ୍ଲିକ ଏବଂ ପର୍ଯ୍ୟବେକ୍ଷକ ଭାବେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଅଜୟ ତ୍ରିପାଠୀ , ପ୍ରତିନିଧି ଅଧିକ୍ଷକ ଭାବେ ଦାୟିତ୍ଵ ତୁଲାଇ ଥିବା ଡ. ଗୌରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here