ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବିବାହ ଦଶ ମଙ୍ଗଳା ଯିବାର ଦୁଇ ଦିନ ହୋଇଛି । ପାଦରୁ ଅଳତା ଲିଭିନି । ହଠାତ ପରିବାର ଲୋକ ଶୁଣିବାକୁ ପାଇଲେ , ଡାକ୍ତରଖାନାରେ ତାଙ୍କ ଝିଅର ମୃତ୍ୟୁ ଘଟିଛି । ଏପରି ଖବର ପାଇ ବାପ ମାଙ୍କର ପାଦ ତଳୁ ମାଟି ଖସିଗଲା । କେମିତି ଘଟିଲା ଝିଅର ମୃତ୍ୟୁ । ଏହା ଶୁଣି ଝିଅକୁ ଦେଖିବା ପାଇଁ ଚାଲି ଆସିଲେ ଡାକ୍ତରଖାନାକୁ । ସେଠାରେ ପହଞ୍ଚି ଦେଖିଲା ବେଳକୁ ଝିଅର ଶବ ପଡିରହିଛି ଡାକ୍ତର ଖାନା ବେଡରେ । ପାଖରେ ଜଗିଛି ପୋଲିସ । ଏହି ଘଟଣା ଶୁଣି ବାହାରେ ଶହ ଶହ ଲୋକ ଙ୍କର ଭିଡ ଜମି ରହିଛି । କେମିତି ହେଲା ହଠାତ ନବବଧୁ ଙ୍କର ମୃତ୍ୟୁ । ଏହାକୁ ନେଇ ଅନେକ ପ୍ରଶ୍ନ ଉଠିବା ସହ ମୃତ୍ୟୁ କୁ ନେଇ ସନ୍ଦେହ ଉପୁଜିଛି । ପୋଲିସର ତଦନ୍ତ ସାଙ୍ଗକୁ ଶବ ବ୍ୟବତ୍ସେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ ରହସ୍ୟ ଜଣାପଡିବ । ଏଭଳି ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ତୁମୁରାପୁଟ ଗ୍ରାମରେ । ଖବର ନେବାରେ ଜଣାଯାଏ ଯେ , ଏଗାର ଦିନ ପୂର୍ବେ ନରେନ୍ଦ୍ରପୁର ପଞ୍ଚାୟତ ହଳନ୍ଦା ଗ୍ରାମର ବସନ୍ତ ବେହେରା ଙ୍କ ଝିଅ ସସ୍ମିତା ବେହେରାଙ୍କୁ (୧୯) ବର୍ଷ । ତୁମୁରାପୁଟ ଗ୍ରାମର ବଟୁ ବେହେରାଙ୍କ ପୁଅ ସୁମନ ବେହେରା ଙ୍କୁ ଗତ ୩୦ ତାରିଖ ଦିନ ବୈଦିକ ରୀତିନୀତି ରେ ବିବାହ କରିଥିଲେ । ତେବେ ବିବାହ ର ଆଜକୁ ବାରଦିନ ହୋଇଥିବା ବେଳେ ଆଜି ସକାଳେ କୌଣସି କାରଣ ରୁ ତାଙ୍କୁ ଚିକିତ୍ସା ପାଇଁ ବର ଘର ପକ୍ଷରୁ ବାଣପୁର ସରକାରୀ ଡାକ୍ତରଖାନା ରେ ଭର୍ତ୍ତି କରି ଯାଇଥିଲା । ତେବେ ଚିକିତ୍ସାରତ ଅବସ୍ଥାରେ ସସ୍ମିତା ଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିବାବେଳେ , ପୋଲିସ ଖବର ପାଇ ଏକ ଅପମୃତ ମାମଲା ରୁଜୁ କରିବା ସହ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ ।
ବାଣପୁର ଥାନା ଅଞ୍ଚଳ ଘଟଣା : ପାଦରୁ ଲିଭିନି ଅଳତା , ଚାଲିଗଲା ନବ ବିବାହିତାଙ୍କ ଜୀବନ !!!

