Site icon Awaj Media

ସାମାଜିକ ନେତା ଥିଲେ ଭବାନୀ ବାବୁ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ଙ୍କ ୧୦୨ ତମ ଜୟନ୍ତୀ ପାଳନ ଅବସରରେ ଜୟଦେବ ଭବନ ରେ ଆୟୋଜିତ ହୋଇଯାଇଛି ଭବାନୀ କଥା କାର୍ଯ୍ୟକ୍ରମ ! ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗାନ୍ଧୀ ଙ୍କ ଆଦର୍ଶରେ ଅନୁପ୍ରାଣିତ ଭବାନୀ ଚରଣ ପଟ୍ଟନାୟକ ଙ୍କ ସରଳ ଜୀବନ ଏବଂ ସାତଟି ସାମାଜିକ ପାପ ଯାହାକି ଭବାନୀ ବାବୁଙ୍କୁ ସ୍ପର୍ଶ କରି ପାରିନଥିଲା ଏବଂ ଭବାନୀ ବାବୁଙ୍କ ସହିତ ଜଡିତ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଆଲୋଚନା କରିଥିଲେ । ଭାରତ ସରକାରଙ୍କ ପୂର୍ବତନ ନିର୍ବାଚନ ଆୟୋଗ ଉପଦେଷ୍ଟା ଡ ଭଗବାନ ପ୍ରକାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ ଭବାନୀ ଚରଣ ପଟ୍ଟନାୟକ ସ୍ମାରକୀ ବକ୍ତୃତା ଦେଇ କହିଥିଲେ ସ୍ବର୍ଗତ ଭବାନୀ ଚରଣ ଭବାନୀ ଚରଣ ପଟ୍ଟନାୟକ ଜଣେ ରାଜନେତା ନୁହେଁ ବରଂ ଜଣେ ସାମାଜିକ ନେତା ଥିଲେ ! ସମଗ୍ର ଜୀବନ ସମାଜର ଉନ୍ନତି ପାଇଁ ଉତ୍ସର୍ଗୀକୃତ କରିଥିଲେ । କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସଭାପତିତ୍ବ କରିଥିବା ବେଳେ ଭବାନୀ ବାବୁ ନିମାପଡ଼ା ଗାନ୍ଧୀ ଭାବେ ବେଶ୍ ପରିଚିତ ଥିଲେ ବୋଲି ତାଙ୍କ ଅଭିଭାଷଣରେ କହିଥିଲେ । ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ ସଭାପତି ସଂଗ୍ରାମ କେଶରୀ ପାଇକରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଦଭାବନା କର୍ମୀ ମଧୁସୂଦନ ଦାସ ଭବାନୀ କଥା ର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶୋଭନୀୟ ଆନ୍ଦୋଳନ ର ଅଧ୍ୟକ୍ଷା ଅରୁନ୍ଧତୀ ଦେବୀ, ବିଶିଷ୍ଟ ଗାନ୍ଧୀବାଦୀ ପ୍ରହଲ୍ଲାଦ ସିଂହ, ମାନବାଧିକାର କର୍ମୀ ମନୋଜ ଜେନା ପ୍ରମୁଖ ଯୋଗଦେଇ ପରିବେଶ ସୁରକ୍ଷା ରେ ମୋର ଭୂମିକା ଶୀର୍ଷକ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ବେଣୁଧର ସେନାପତି, ଚିତ ରଞ୍ଜନ ମହାନ୍ତି, ବିକ୍ରମ ନାୟକ, ଶ୍ରୀ ସୋମ , ମନସ୍ଵିନୀ ପରିଡ଼ା, ହର ପ୍ରସାଦ ମହାପାତ୍ର, ବିକ୍ରମ ମହାପାତ୍ର , ଆର ପି ଦ୍ବିବେଦୀ, ସରୋଜ କୁମାର ସା, ହେମନ୍ତ କୁମାର ଦାସ, କେଶବ ସେନାପତି, ଶିବାନୀ ନାୟକ, ଜୟରାମ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ !

Exit mobile version