Site icon Awaj Media

ସରକାରୀ ସୁବିଧା ସୁଯୋଗ ମିଳିବା ପର୍ଯ୍ୟନ୍ତ ବାଟାଲିୟନ ପକ୍ଷରୁ ମିଳିବ ସହାୟତା !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଅସହାୟ ଦମ୍ପତିଙ୍କୁ ସହାୟତାର ହାତ ବଢ଼ାଇଲେ ଦୁର୍ଗପତି ! ସୁକିନ୍ଦା ଅଞ୍ଚଳର ଜଣେ ଅସହାୟ ଦମ୍ପତିଙ୍କ ଦୁଃଖଦ ଜୀବନକୁ ନେଇ ଖବର ପ୍ରସାରଣ ପରେ ପ୍ରଥମେ ସହଯୋଗର ହାତ ବଢାଇଛନ୍ତି ଥାର୍ଡ ଇଣ୍ଡିଆନ ରିଜର୍ଭ ବାଟାଲିୟନର ଦୁର୍ଗପତି ଲୋଚନ ପଶାୟତ । ଏକାଧିକ କ୍ରୋମାଇଟ ଖଣି ଓ ଶିଳ୍ପ ପାଇଁ ସାରା ଦେଶରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସୁକିନ୍ଦା ଅଂଚଳରେ ଏହି ଦମ୍ପତିଙ୍କ ଖବର ସମ୍ପୂର୍ଣ୍ଣ ଅଞ୍ଚଳର ବିକାଶ ଛବିକୁ ମଳିନ କରିଛି । ଖାଦ୍ୟ, ବସ୍ତ୍ର ଓ ବାସଗୃହ ତିନୋଟି ଯାକ ଅତ୍ୟାବଶ୍ୟକ ସେବାରୁ ବଞ୍ଚିତ ହୋଇ ବାର୍ଦ୍ଧକ୍ୟ ଅବସ୍ଥାରେ ଏକ ଚିରା ଜରି ତଳେ ଅସହାୟ ଜୀବନ ବଞ୍ଚୁଥିବା ଏହି ବୃଦ୍ଧ ଦମ୍ପତିଙ୍କ ଖବର ସମସ୍ତ ଅଞ୍ଚଳକୁ ସ୍ତବ୍ଧ କରିଛି । ଯାହା ଦେଖି ସୁକିନ୍ଦା ସ୍ଥିତ ଥାର୍ଡ଼ ଇଣ୍ଡିଆନ ରିଜର୍ଭ ବାଟାଲିୟନର ଦୁର୍ଗପତି ଲୋଚନ ପଶାୟତ ଓଡ୍ରାଫ ଟିମ୍ ପଠାଇ ସେହି ବୃଦ୍ଧ ଦମ୍ପତି ରହୁଥିବା ସ୍ଥାନରେ ଏକ ଅସ୍ଥାୟୀ ତମ୍ବୁ ଘର ପ୍ରସ୍ତୁତ କରି ସେଠାରେ ସେମାନଙ୍କୁ ରଖାଇବାର ବ୍ୟବସ୍ଥା କରିବା ସହ ସେମାନଙ୍କ ଖାଦ୍ୟ ପାଇଁ କିଛି ଦିନର ରାସନ୍ ସାମଗ୍ରୀ ଯୋଗାଇ ଦେଇଥିବା ଜଣାପଡିଛି । ତେବେ ଶ୍ରୀ ପଶାୟତ ଙ୍କର ଏହି ପ୍ରୟାସ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଘଟଣାକୁ ନେଇ ଉଭୟ ଦମ୍ପତି ବେଶ୍ ଆନନ୍ଦିତ ଥିବା ଦେଖିବାକୁ ମିଳିଛି । ସରକାରୀ ସୁବିଧା ସୁଯୋଗ ନମିଳିବା ପର୍ଯ୍ୟନ୍ତ ବାଟାଲିୟନ ପକ୍ଷରୁ ରାସନ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ଦୁର୍ଗପତି ଲୋଚନ ପଶାୟତ ପ୍ରକାଶ କରିଛନ୍ତି । ତେବେ ଏହି ଦମ୍ପତିଙ୍କ ନିକଟରେ ସରକାରୀ ସୁବିଧା ସୁଯୋଗ କେବେ ପହଞ୍ଚିବ ତାହା ସମୟ ହିଁ କହିବ ।

Exit mobile version