Site icon Awaj Media

କେନ୍ଦ୍ରାପଡ଼ାରେ ବିଜୁ ସ୍ମାର୍ଟ ପାର୍କ ଉଦଘାଟନ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡ଼ା ପୌରାଅଞ୍ଚଳର ତିନିମୁହାଣି ଉଦୟନଗର ଠାରେ ନୂତନ ଭାବରେ ନିର୍ମିତ ବିଜୁ ସ୍ମାର୍ଟ ପାର୍କକୁ ମାନ୍ୟବର ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ, ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ କେଶରୀ ଦେବଙ୍କ ସମେତ ସାଂସଦ ଅନୁଭବ ମହାନ୍ତି, କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା ପ୍ରମୁଖ ଯୋଗଦେଇ ଫିତା କାଟି ଶୁଭ ଉଦ୍ଘାଟନ କରିଥିଲେ ! ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅମୃତ ଋତୁରାଜ, ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଦେବ ପ୍ରସାଦ ବଳ, ପୌରାଧକ୍ଷା ସରିତା ସାହୁ, ପ୍ରଫେସର ଡକ୍ଟର ଅଜୟ କୁମାର ସାମଲ, ସମାଜସେବୀ ମୂରଲୀଧର ସେଠୀ, ରାଜେଶ ପଣ୍ଡା, ପ୍ରଦୀପ୍ତ ମହାନ୍ତି, ବରିଷ୍ଠ ଆଇନଜୀବି ଧୀରେନ୍ ସାହୁ, ହିରଣ୍ୟା ପଣ୍ଡା, କାଳିପ୍ରସାଦ ମିଶ୍ରଙ୍କ ସମେତ ପ୍ରାୟ ୨୧ ଟି ୱାର୍ଡ ମଧ୍ୟରୁ ୧୭ ଟି ୱାର୍ଡର କାଉନସିଲର ଏବଂ ବିଜୁ ଜନତା ଦଳର ଶତାଧିକ କର୍ମକର୍ତ୍ତା ଓ ମିଶନ ଶକ୍ତି ମହିଳା ମଣ୍ଡଳର ସଦସ୍ୟା ମାନଙ୍କ ଗ୍ରହଣରେ ଏହି ଉଦ୍ଘାଟନୀ ଉତ୍ସବଟି ଅନୁଷ୍ଠିତ ହୋଇଯାଇଛି ।

Exit mobile version