ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସରକାରୀ ସ୍ତରରେ ବିଭିନ୍ନ କାର୍ଯ୍ୟାଳୟ ମାନଙ୍କରେ ମାକ୍ସ ବ୍ୟବହାର ସହିତ ଜାରି ରହିଛି ମହାମାରୀ କରୋନାର ସଂପୂର୍ଣ୍ଣ ଭାବରେ ପରାହତ ନିମନ୍ତେ ସଂଗ୍ରାମ । ସମଗ୍ର ବିଶ୍ବରୁ ମହାମାରୀ କରୋନାର ସଂପୂର୍ଣ୍ଣ ବିନାଶ ନ ହେବା ପର୍ଯ୍ୟନ୍ତ ସଚେତନତା ସୃଷ୍ଟି ନିମନ୍ତେ ସଂଗ୍ରାମର ଆବଶ୍ୟକତାକୁ ଉପଲବ୍ଧି କରି ଆଜକୁ ଦୀର୍ଘ ୧୧୪୮ ଦିନ ଧରି ନିରବଚ୍ଛିନ୍ନ ପ୍ରକ୍ରିୟାରେ କରୋନା ସଚେତନତା,କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥ ଅଗ୍ରଣୀ ଆନ୍ତର୍ଜାତିକ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ଜାରି ରଖିଥିବାର ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ଫାଉଣ୍ଡେସନର ଦିନ ସଂଖ୍ୟା ୧୧୪୧ ରୁ ୧୧୪୮ ପର୍ଯ୍ୟନ୍ତ ଦୀର୍ଘ ସାତ ଦିନ ଅର୍ଥାତ୍ ସଚେତନତାର ୧୬୪ ତମ ସାପ୍ତାହିକ କାର୍ଯ୍ୟକ୍ରମ ତା ୦୭/୦୫/୨୩ ରୁ ୧୩/୦୫/୨୩ରିଖ ରବିବାରରୁ ଶନିବାର ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବରେ ଚାଲୁ ରହିଛି ।ଏଥିରେ ଲୋକମାନଙ୍କୁ କୋଭିଡ୍ କିଟ୍ ସହ ରିଲିଫ୍ ବଣ୍ଟନ କରାଯାଇଥିବାର ଦେଖିବାକୁ ମିଳିଛି । ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଚିନ୍ମୟ ଦାଶଙ୍କ ନିର୍ଦେଶ କ୍ରମେ ସମାଜସେବୀ ଶ୍ରୀକ୍ଷେତ୍ର ସାହୁ, ରାକେଶ ଜେନା, ଶକ୍ତି ରଞ୍ଜନ ଜେନା ଆଦି ରାଜ୍ୟର ବିଭିନ୍ନ ସ୍ଥାନରେ ଗରିବ ଓ ଅସହାୟ ଲୋକମାନଙ୍କୁ ମାକ୍ସ,ସାବୁନ, ସାନିଟାଇଜର, ହ୍ୟାଣ୍ଡ ଗ୍ଲୋବ୍ସ , ବ୍ଲିଚିଂ, ଓ.ଆର.ଏସ, ଇନ୍ଷ୍ଟା ଭେଜିଟେବୁଲ୍ ୱାସ୍ , ଡେଟେଲ, ଫିନାଇଲ୍ , ବସ୍ତ୍ର, ଗ୍ରୋସରୀ ସାମଗ୍ରୀ, ଶୁଖିଲା ଓ ରନ୍ଧା ଖାଦ୍ୟ, ଫଳ ଆଦି ବଣ୍ଟନ କରୁଥିବାର ଦେଖିବାକୁ ମିଳିଛି । ଗତ ସପ୍ତାହର ତଥ୍ଯ ଅନୁସାରେ ରାଜ୍ୟରେ କରୋନା ସଂକ୍ରମଣ ତଳ ମୁହାଁ ରହିଛି । ଗତ କିଛି ଦିନ ହେବ ଓଡ଼ିଶାରେ ସଂକ୍ରମଣ ସଂଖ୍ୟା ୩୦୦ ତଳକୁ ଖସିଛି । ୨୪ ଘଣ୍ଟା ମଧ୍ୟରେ ସଂକ୍ରମଣ ତୁଳନାରେ ସୁସ୍ଥ ହାର ସଂଖ୍ୟା ବୃଦ୍ଧି ହୋଇ ଦୁଇ ଗୁଣାରେ ପହଁଚିଛି । ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଗତ ସପ୍ତାହର ଗୋଟିଏ ଦିନରେ ରାଜ୍ୟରେ ୬୮୯୯ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇ ଥିଲା।ସେଥିରୁ ୨୨୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେହିପରି ୪୨୮ ସଂକ୍ରମିତ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ସଂକ୍ରମିତ ସଂଖ୍ୟା ଗତ ସପ୍ତାହରେ ୪୦୪୮ ଥିଲା । କରୋନା ସଂପୂର୍ଣ୍ଣ ଭାବରେ ନିୟନ୍ତ୍ରଣରେ ଥିବା ବେଳେ ଏହାକୁ ସଂପୂର୍ଣ୍ଣ ଭାବରେ ଲୋପ କରିବା ପାଇଁ ଆଉ କିଛି ଦିନ ସଚେତନତାର ଆବଶ୍ୟକତା ରହିଛି ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶ ମତବ୍ୟକ୍ତ କରିଛନ୍ତି ।
ଚିନ୍ମୟ ଫାଉଣ୍ଡେସନର ୧୬୪ ତମ ସାପ୍ତାହିକ କରୋନା ସଚେତନତା ସହ କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ !!!

