Site icon Awaj Media

ଅସୁରେଶ୍ଵର ଶ୍ରୀ ଶ୍ରୀ ଦଧିବାମନଜିଉ ଙ୍କ ଚନ୍ଦନ ଯାତ୍ରା ଶେଷ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଓଡ଼ିଶା ରେ ବାରମାସରେ ତେର ପର୍ବ ପାଳିତ ହୋଇଥାଏ । ସେଥିମଧ୍ୟରୁ ବୈଶାଖ ମାସ ଶୁକ୍ଳପକ୍ଷ ତିଥି ପବିତ୍ର ଅକ୍ଷୟ ତୃତୀୟା ଅନ୍ୟତମ । ସେହି ଅକ୍ଷୟ ତୃତୀୟା ଦିନ ଠାରୁ ଆରମ୍ଭ ହୋଇଥାଏ ଚନ୍ଦନ ଯାତ୍ରା ବା ଭଉଁରୀ ଯାତ୍ରା । ଏହି ଚନ୍ଦନ ଯାତ୍ରା ଏକୋଇଶି ଦିନ ପଯ୍ୟନ୍ତ ଚାଲିଥିଏ । ପବିତ୍ର ଚନ୍ଦନ ଯାତ୍ରା ଅବସରରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ଵର କୋଇଲୋ ଗ୍ରାମ ର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ଦଧିବାମନଜିଉ ଙ୍କ ଚନ୍ଦନ ଯାତ୍ରା ଯାହାକି ଓଡ଼ିଶାର ନିଆରା ଚନ୍ଦନ ଯାତ୍ରା । ପୁରୀ ଜଗନ୍ନାଥ ମନ୍ଦିର ରିତିନୀତି ଅନୁସାରେ ଏଠାରେ ସମସ୍ତ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଓଡ଼ିଶାରେ ସବୁ ଦେବାଦେବୀ ମନ୍ଦିର ରେ ଚନ୍ଦନ ଯାତ୍ରା ଏକୋଇଶି ଦିନ ହେଉଥିବା ବେଳେ ଅସୁରେଶ୍ଵର ଦଧିବାମନ ଜିଉ ଙ୍କ ଚନ୍ଦନ ଯାତ୍ରା ବାଇଶି ଦିନ ହୋଇଥାଏ । ବାହାରେ ଭଉଁରୀ ଯାତ୍ରା ଏକୋଇଶି ଦିନ ହେଉଥିଲା ବେଳେ ମନ୍ଦିର ଭିତରେ ଗୋଟିଏ ଦିନ ଚନ୍ଦନଯାତ୍ରା ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁ ଶ୍ରୀଶ୍ରୀ ଦଧିବାମନଜିଉ ଶେଷ ଚନ୍ଦନ ଯାତ୍ରା ଅବସରରେ ଚନ୍ଦନ ବେଶ ରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଏହା ପରେ ସନ୍ଧ୍ୟାରେ ଦଧିବାମନ ଜିଉ ମନ୍ଦିର ରୁ ପ୍ରଭୁ ଶ୍ରୀ ଶ୍ରୀ ଦଧିବାମନ ଜିଉ ଙ୍କ ଚଳନ୍ତି ପ୍ରତିମା ରୂପେ ପ୍ରଭୁ ଶ୍ରୀ ଶ୍ରୀ ମଦନମୋହନ ଓ ଜଗତଜନନୀ ମା ଲକ୍ଷ୍ମୀ ଠାକୁରାଣୀ ସୁସଜ୍ଜିତ ମଣୀ ବିମାନରେ ଖୋଳ କୀର୍ତ୍ତନ ମହଆପଟୁଆର ରେ ଚନ୍ଦନ ପୁଷ୍କରିଣୀରେ ପହଞ୍ଚି ନିତୀକାନ୍ତି ହେବାପରେ ସୁସଜ୍ଜିତ ନୌକା ବସି ଭଉଁରୀ ଯାତ୍ରା କରିଥାନ୍ତି । ଚନ୍ଦନ ଯାତ୍ରା ର ଏଠାରେ ଏକ ନିଆରା ପରମ୍ପରା ଯାହାକି ଅନ୍ୟ କୌଣସି ଚନ୍ଦନ ଯାତ୍ରା ରେ ଦେଖିବାକୁ ମିଳିନଥାଏ ! ତାହେଲା ନୌକା ରେ ପ୍ରଭୁ ଙ୍କ ମାନବୀୟ ଲୀଳା ର ଭଜନ ଗାନ କରାଯାଇଥାଏ । ଚନ୍ଦନ ଯାତ୍ରା ର ଶେଷ ଦିନ ଥିବା ରୁ ପ୍ରଭୁ ଙ୍କ ଯାତ୍ରା ଦେଖିବା ନିମନ୍ତେ ସନ୍ଧ୍ୟାରେ ପ୍ରବଳ ଶ୍ରଦ୍ଧାଳୁ ଙ୍କ ସମାବେଶ ହୋଇଥିଲା ।

Exit mobile version