Site icon Awaj Media

ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ଆନ୍ତର୍ଜାତିକ ମାତୃ ଦିଵସ ପାଳନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ୟୁଟେକ୍ କମ୍ପ୍ୟୁଟର ଏଡୁକେସନ ସେଣ୍ଟର୍ ପରିସରରେ ଆନ୍ତର୍ଜାତିକ ମାତୃ ଦିବସ କଳ୍ପନା ପଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇସାରିଛି । ମାଆକୁ ସମ୍ମାନ ଜାତିକୁ ସମ୍ମାନ ଏବଂ ମା ସର୍ବଂସହା ଏକ ବିଶେଷ ବ୍ୟକ୍ତିତ୍ଵ , ମାର ମମତା, ସ୍ନେହ, ତ୍ୟାଗ , ପ୍ରେମ ଅନନ୍ତ ଅମାପ, ତାରି ଡୋରୀରେ ବନ୍ଧା ଏ ଜଗତ , ତା ବିନା ଆମର ନାହିଁ ଅସ୍ତିତ୍ବ ବୋଲି ବକ୍ତାମାନେ କହିଥିଲେ । ଡ଼ ପ୍ରଦୀପ ମହାପାତ୍ର ସି.ଡି.ଏମ.ଓ ମୁଖ୍ୟ ଅତିଥି, ଡ ଅଜୟ ତ୍ରିପାଠୀ, ଅଧ୍ୟକ୍ଷ ଏସକେସିଜି କଲେଜ୍, ମୁଖ୍ୟ ବକ୍ତା ବରିଷ୍ଠ ମା ରତ୍ନବାଳା ପଟନାୟକ ବିଶିଷ୍ଟ ଅତିଥି, ଲୋକନାଥ ମିଶ୍ର, ତନୁଜା ଶତପଥୀ ସମ୍ପାଦିକା ପ୍ରଗତି, ଲୋକନାଥ ମିଶ୍ର , ବିଚିତ୍ରାନନ୍ଦ ବେବର୍ତ୍ତା ସଦସ୍ୟ ଓଡ଼ିଶା ସାହିତ୍ୟ ଏକାଡେମି ମଞ୍ଚାସିନ ଥିଲେ । ଅନ୍ୟାନ୍ୟ ବକ୍ତା ମଧ୍ୟରେ ମନୋଜ ପଟନାୟକ, ପଣ୍ଡିତ ନରସିଂହ ଗୌଡ଼, ସବିତା ପଣ୍ଡିତ, ରାଜେଶ୍ୱରୀ ସ୍ୱାଇଁ, ବର୍ଷା ରାଉତ , ପ୍ରଫୁଲ୍ଲ ବେବର୍ତ୍ତା, ମାନସୀ ପଣ୍ଡା ବକ୍ତବ୍ୟ ରଖିଥିଲେ । ଏହି ଶୁଭ ଅବସରରେ ଦୁଇ ଜଣ ଶ୍ରେଷ୍ଠ ମା ଶ୍ରଦ୍ଧାଞ୍ଜଳି ପଟନାୟକ ଏବଂ ଏମ୍ ଯୋଗଲାମାଙ୍କୁ ଉପଢୌକନ ଏବଂ ମାନପତ୍ର ପ୍ରଦାନ କରା ଯାଇଥିଲା । ଏହି ଅବସରରେ କବିତା ପାଠ , ଏକକ ଅଭିନୟ, ନୃତ୍ୟ, ସଙ୍ଗୀତ ପ୍ରତିଯୋଗିତା ହୋଇଥିଲା । ଶରତ ପ୍ରଧାନ, ତ୍ରିପତି ପଣ୍ଡା, ମୂରଲୀଧର ପରିଚ୍ଛା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରିଶେଷରେ ରଞ୍ଜିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version