ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଗୋପାଳପୁର ଶାସନ ଗ୍ରାମର ଜଣେ ବୃଦ୍ଧ କୂପରେ ପଡ଼ି ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ହେଲେ ଉକ୍ତ ଗ୍ରାମର ହାଡିବନ୍ଧୁ ରଣା (୮୦) ବୋଲି ଜଣା ପଡିଛି । ସୂଚନା ମୁତାବକ ବାଣପୁର ଗୋପାଳପୁର ଶାସନ ଗ୍ରାମର ହାଡିବନ୍ଧୁ ରଣା ନିଜ ଘର ବାରିପଟେ ଥିବା କୂପରୁ ପାଣି କାଢି ଗାଧୋଉଥିବା ସମୟରେ ଅସାବଧାନତା କାରଣରୁ କୂପରେ ପଡ଼ି ଯାଇଥିଲେ । ସଙ୍ଗେ ସଙ୍ଗେ ପରିବାର ଲୋକେ ବାଣପୁର ଅଗ୍ନିଶମ ବାହିନୀ କି ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ହାଡିବନ୍ଧୁଙ୍କୁ କୂପରୁ ଉଦ୍ଧାର କରି ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ , ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ବାଣପୁର ଗୋପାଳପୁର ଶାସନ ଗ୍ରାମରେ କୂପରେ ପଡ଼ି ବୃଦ୍ଧଙ୍କ ମୃତ୍ୟୁ !!!

