Site icon Awaj Media

୧୧୫୫ ଦିନରେ ପହଞ୍ଚିଲା ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା ସହ କୋଭିଡ୍ କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାମାରୀ କରୋନାର ସଂପୂର୍ଣ୍ଣ ଭାବରେ ପରାହତ ନିମନ୍ତେ ଜାରି ରହିଛି ସଂଗ୍ରାମ। ଆଜକୁ ଦୀର୍ଘ ୧୧୫୩ଦିନ ଧରି ନିରବଚ୍ଛିନ୍ନ ପ୍ରକ୍ରିୟାରେ କରୋନା ସଚେତନତା, କୋଭିଡ୍ କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ଜାରି ରଖିଛି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥ ଅଗ୍ରଣୀ ଆନ୍ତର୍ଜାତିକ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ । ରାଜ୍ୟର ବିଭିନ୍ନ ସ୍ଥାନରେ ଗରିବ ଓ ଅସହାୟ ଲୋକମାନଙ୍କୁ ମାକ୍ସ,ସାବୁନ, ସାନିଟାଇଜର, ହ୍ୟାଣ୍ଡ ଗ୍ଲୋବ୍ସ , ବ୍ଲିଚିଂ, ଓ.ଆର.ଏସ, ଇନ୍ଷ୍ଟା ଭେଜିଟେବୁଲ୍ ୱାସ୍ , ଡେଟେଲ, ଫିନାଇଲ୍ , ବସ୍ତ୍ର, ଗ୍ରୋସରୀ ସାମଗ୍ରୀ, ଶୁଖିଲା ଓ ରନ୍ଧା ଖାଦ୍ୟ, ଫଳ ଆଦି ବଣ୍ଟନ କରୁଥିବାର ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ଫାଉଣ୍ଡେସନର ଦିନ ସଂଖ୍ୟା ୧୧୫୧ରୁ ୧୧୫୩ପର୍ଯ୍ୟନ୍ତ ତିନି ଦିନ ଧରି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ଵେତ୍ସାସେବୀ ଶ୍ରୀକ୍ଷେତ୍ର ସାହୁ, ସର୍ବେଶ୍ଵର ଜେନା ଏହି ସଚେତନତା, କୋଭିଡ୍ କିଟ୍ ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଫାଉଣ୍ଡେସନର ପ୍ରତିଷ୍ଠାତା ଚିନ୍ମୟ ଦାଶଙ୍କ ମତ ଅନୁସାରେ ସରକାରୀ ସୂଚନା ଅନୁଯାୟୀ ଆଜିର ଆକ୍ଟିଭ କେସ ସଂଖ୍ୟା ୧୦,୧୭୯(୦.୦୨%) ଚିକିତ୍ସାଳୟରୁ ପରିତ୍ୟାଗ ସଂଖ୍ୟା ୪୪୪୪୨୦୬୫(୯୮.୭୯%), ମୃତ୍ୟୁ ସଂଖ୍ୟା ୫୩୧୮୧୪ (୧.୧୮%) ରହିଛି। ଏଣୁ ଏହି ସଚେତନତା ଓ କିଟ୍ ବଣ୍ଟନ କାର୍ଯ୍ୟକ୍ରମକୁ ଅନ୍ତତଃ ପକ୍ଷେ ଆଉ ତିନି ମାସ ଚାଲୁ ରଖିବାକୁ ପରାମର୍ଶ ଦେଇଛନ୍ତି।

Exit mobile version