Site icon Awaj Media

ବାଣପୁର ବାଲୁଗାଁ ଚିଲିକା ଅଞ୍ଚଳରେ କାଳ ବୈଶାଖୀର ତାଣ୍ଡବ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ,ବାଲୁଗାଁ ,ନାଚୁଣୀ ଓ ଚିଲିକା ଅଞ୍ଚଳରେ କାଳ ବୈଶାଖୀ ତାଣ୍ଡବ ରଚିଛି । ମଧ୍ୟାହ୍ନ ରେ ଦୀର୍ଘ ସମୟ ଧରି କାଳ ବୈଶାଖୀର ପ୍ରଭାବ ରେ ଘଡଘଡି ବର୍ଷା ସାଙ୍ଗକୁ ପ୍ରବଳ ପବନର ପ୍ରବାହ ଦେଖିବାକୁ ମିଳିଛି । ତେବେ ଦୀର୍ଘ ସମୟ ଧରି ଝିପିଝିପି ବର୍ଷା ଜାରି ରହିଥିବା ବେଳେ ବାଣପୁର ବାଲୁଗାଁ ନାଚୁଣୀ ଓ ଚିଲିକା ଆଦି ଅଞ୍ଚଳ ର ବିଭିନ୍ନ ସ୍ଥାନ ମାନଙ୍କରେ ବଡ ବଡ ଗଛମାନ ଭାଙ୍ଗି ରାସ୍ତାରେ ପଡ଼ି ରାସ୍ତା ଅବରୋଧ ହୋଇଥିଲା ! ବହୁ ଉଠା ଦୋକାନ ଉପରେ ଗଛ ମାନଙ୍କର ଡାଳପତ୍ର ପଡ଼ିବା ଦ୍ଵାରା ଉଠା ଦୋକାନ ମାନ ଭାଙ୍ଗି ପଡ଼ିଥିବା ଦେଖାଯାଇଛି । ଫଳରେ ବହୁ ଟଙ୍କାର ଜିନିଷପତ୍ର ନଷ୍ଟ ହୋଇଯାଇଛି । ତେବେ କିଛିଦିନ ହେବ ବାଣପୁର ବାଲୁଗାଁର ଅଞ୍ଚଳ ର ବିଭିନ୍ନ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁ ଗୁଳି ଲାଗି ରହିଥିବା ରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିଲେ । କାଳ ବୈଶାଖୀର ପବନ ବର୍ଷା ବାଲୁଗାଁ , ବାଣପୁର ଚିଲିକା ଓ ନାଚୁଣୀ ଆଦି ଅଞ୍ଚଳର ଜନ ସାଧାରଣ ଙ୍କୁ ଗୁଳୁମୁଳିରୁ କିଛି ମାତ୍ରାରେ ଆଶ୍ବସ୍ତି ଦେଇଛି l

Exit mobile version