Site icon Awaj Media

ବାଣପୁରରେ କାନ୍ଥ ଭୁଷୁଡି ତିନ ଶ୍ରମିକ ଆହତ ଓ ଜଣେ ଗୁରୁତର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗତକାଲି ସନ୍ଧ୍ୟାରେ ବାଣପୁର ଅନ୍ତର୍ଗତ ଗାଲୁଆ ଗ୍ରାମରେ ଘଟିଛି ଏକ ଅଭାବନିୟ ଘଟଣା । ଭୀମ ପ୍ରଧାନ ନାମକ ବ୍ୟକ୍ତିଙ୍କ ର ଘର କାମ ସାରି ଶିବ ପ୍ରଧାନ , ଟିକୁ ପ୍ରଧାନ ଓ ଗୋପାଳ ପରିଡା ନାମକ ତିନି ଜଣ ଶ୍ରମିକ ଘରକୁ ଫେରୁଥିବା ବେଳେ ହଠାତ ଏକ ପୁରୁଣା ଇଟା କାନ୍ଥର କିଛି ଅଂଶ ଭୁଷୁଡି ପଡିଥିଲା । ସେଥିରେ ଶିବ ପ୍ରଧାନ ଗୁରୁତର ଆହତ ହୋଇଥିବା ବେଳେ , ଆଉ ଦୁଇଜଣ ସାମାନ୍ୟ ଆହତ ହୋଇଛନ୍ତି । ସ୍ଥାନିୟ ଲୋକ ସେଠାରେ ପହଞ୍ଚି ସେମାନଙ୍କୁ ଚିକିତ୍ସା ପାଇଁ ବାଣପୁର ସରକାରି ଡାକ୍ତରଖାନାରେ ଭର୍ତି କରିଥିଲେ ।

Exit mobile version