ଜାଡି ମଙ୍ଗଳା ସାହିତ୍ୟ ସଂସଦର ୨୩ ତମ ବାର୍ଷିକ ଉତ୍ସବ !!!

Spread the love

କଟକ ସଦର ( ଆୱାଜ ମିଡିଆ ) – ଶ୍ରୀକାନ୍ତ ବେଉରା : ରାଜ୍ୟର ଅଗ୍ରଣୀ ସାହିତ୍ୟ, ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ “ଜାଡି ମଙ୍ଗଳା ସାହିତ୍ୟ ସଂସଦ”ର ୨୩ ତମ ବାର୍ଷିକ ସାରସ୍ୱତ ସମାରୋହ ସ୍ଥାନୀୟ ଟାଉନ ହଲ କଟକ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ନମିତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ଡ଼କ୍ଟର ବାବାଜୀ ଚରଣ ପଟ୍ଟନାୟକ, ଡକ୍ଟର ସତ୍ୟ ରାୟ, ସଂଜୟ ଦାସ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ତଥା ସମୃଦ୍ଧି ପାଇଁ ସାରସ୍ୱତ ଅନୁଷ୍ଠାନ ଗୁଡ଼ିକ ଅଧିକରୁ ଅଧିକ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆହ୍ବାନ ଜଣାଇଥିଲେ । ଅନୁଷ୍ଠାନର ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନୁଷ୍ଠାନ ପକ୍ଷରୁ ରଜନୀ କାନ୍ତ ସାମନ୍ତରାୟ, ଦେବସ୍ନାନ ଦାସ, ଆଲୋକ କୁମାର ମହାପାତ୍ର, ସୁଶାନ୍ତ କୁମାର ପଣ୍ଡା, ସୁରେଶ କୁମାର ସାହୁ, ରବୀନ୍ଦ୍ର କୁମାର ବସ୍ତିଆ, ସରୋଜ କୁମାର ମଲ୍ଲିକ, ଉତ୍କଳ ଭୂଷଣ ରାଉତରାୟ, ଡାକ୍ତର ଦୀପକ କୁମାର ଜେଠୀ ଓ ଶିବ ଦାସ ପୂର୍ଣ୍ଣଚନ୍ଦ୍ର ସିଂଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବାହ୍ନରେ ଆୟୋଜିତ କବି ସମ୍ମିଳନୀରେ ଲକ୍ଷ୍ମୀ ମିଶ୍ର, ହେମଲତା ସିଂ ଓ ବିଦ୍ୟୁତ କୁମାରୀ ଲାଲା ପ୍ରମୂଖ ଅତିଥି ଭାବେ ଯୋଗ ଦେଇଥିଲେ । କମଳା କାନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । କର୍ପୋରେଟର ବନାଲତା ପ୍ରଧାନ, ପ୍ରଦୀପ୍ତ ଦାସ, କୁଲୁ ମଲ୍ଲିକ, ଜୟଦେବ ପ୍ରଧାନ, ଶୈଳ ମହାପାତ୍ର, ଵବୁଲ ସିଂ, ବିରେନ୍ଦ୍ର ମୁଳିଆ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *