Site icon Awaj Media

ରାୟଗଡ଼ା ବ୍ଲକ୍ କଇଁପୁର ଠାରେ ମିଶନ ଶକ୍ତିର କାଫେ ଉଦଘାଟିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ କଇଁପୁର ଗ୍ରାମ ପଞ୍ଚାୟତର ମହେନ୍ଦ୍ରଗିରି ପର୍ବତକୁ ଯିବା ରାସ୍ତା ପାର୍ଶ୍ବରେ ମିଶନ ଶକ୍ତି ଦ୍ଵାରା ପରିଚାଳିତ କାଫେ କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ, ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ କୁମାର ଓ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ରୋମାଞ୍ଚଳ ଖମାରୀ ଶୁଭ ଉଦ୍‌ଘାଟନ କରିଥିଲେ । ମହିଳା ଏହି କାଫେ ଦ୍ୱାରା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଲାଭାନ୍ୱିତ ହେବା ସଙ୍ଗେ ସଙ୍ଗେ ଲୋକଙ୍କୁ ସୁଲଭ ଦରରେ ଜଳଖିଆ ଆଦି ଉପଲବ୍ଧ ହୋଇପାରିବ ବୋଲି କୁହା ଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମିଶନ ଶକ୍ତି ଅଧିକାରୀ ଶ୍ରୀ ରଶ୍ମୀ ରଞ୍ଜନ ସେଠୀ, ଜିଲ୍ଲା ଶିଳ୍ପ କେନ୍ଦ୍ର ସଂସ୍ଥା ସାଧାରଣ ପରିଚାଳକ ଶ୍ରୀ ସୁନାରାମ ସିଂ, ରାୟଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁଧୀର କୁମାର ସିଂ, ତହସିଲଦାର ଶ୍ରୀମତୀ ଲୀଳାବତୀ ଅଚାରୀୟ , ସ୍ଥାନୀୟ ସିଡ଼ିପିଓ, ମିଶନ ଶକ୍ତିର ସ୍ୱୟଂ ସହାୟିକା ଗୋଷ୍ଠୀ , ସ୍ଥାନୀୟ ଜନପ୍ରତିନିଧି ଓ ବ୍ଲକ ମିଶନ ଶକ୍ତିର କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Exit mobile version