ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ହଠାତ ସନ୍ଧ୍ୟା ସମୟରେ କାଳ ବୈଶାଖୀର ତାଣ୍ଡବରେ ଉଡ଼ିଗଲା ଘର ଆଜବେଷ୍ଟସ ! ଘରେ ଦୀର୍ଘ ଦିନ ହେବ ଦମ୍ପତି ତାଙ୍କ ପରିବାର ସହ ବସବାସ କରନ୍ତି । ପରିବାର କହିଲେ ଗମିଆଁ ସିରିକା ତାଙ୍କ ସ୍ତ୍ରୀ ଲତା ସିରିକା ଏବଂ ତାଙ୍କର ୪ ମାସର ସନ୍ତାନକୁ ବୁଝାଏ । ଗମିଆଁ ଜଣେ ଦିନ ମଜୁରିଆ ଲୋକ , ସକାଳେ କାମ କରିବାକୁ ଯାନ୍ତି ସନ୍ଧ୍ୟାରେ ଫେରିବା ସମୟରେ ଯେତିକି ଟଙ୍କା ଆଣନ୍ତି ସେତିକିରେ ତାଙ୍କ ପରିବାର କଷ୍ଟରେ ଚଳିଯାନ୍ତି । ଦିନ ମଜୁରିଆ କାମ କରି ଦୀର୍ଘ ୩୮ ବର୍ଷ ଆକ୍ରାନ୍ତ ପରିଶ୍ରମ କରି ଗୋଟେ ଗୋଟେ ଟଙ୍କା ଯୋଡି ବହୁ କଷ୍ଟରେ ନିଜ ପରିବାର ପାଇଁ ଇଟା କାନ୍ଥ ସହ ଆଜବେଷ୍ଟ ଛାତର ଏକ ଘର ନିର୍ମାଣ କରିଥିଲେ । କାଳ ବୈଶାଖୀ ଯେଉଁ ତାଣ୍ଡବ ରଚିଥିଲା ସେହି ତାଣ୍ଡବରେ ଗମିଆଁଙ୍କ ଘରର ସମ୍ପୂର୍ଣ୍ଣ ଆଜବେଷ୍ଟ ଛାତ ଉଡାଇ ନେବା ସହ ଘରର ଅନେକ ଆସବା ପତ୍ର ଏବଂ ଖାଦ୍ୟ ସାମଗ୍ରୀ ନଷ୍ଟ ହୋଇ ଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଲେମ୍ବୋ ପଞ୍ଚାୟତ ଘାଗିଆ ଗ୍ରାମର ୨ ନଂ ୱାର୍ଡ ରେ । କାଳ ବୈଶାଖୀର ତାଣ୍ଡବ ସମୟରେ ପୁରା ପରିବାର ସେହି ଇଟା କାନ୍ଥ ଘର ଆଜବେଷ୍ଟ ଛାତ ତଳେ ରହିଥିଲେ, ଘରର ଆଜବେଷ୍ଟ ଉଡାଇନେବା ପରେ ଘର କାନ୍ଥର ଇଟା କିଛି ଘର ଭିତରେ ଖସି ପଡ଼ିଥିଲା ! କିନ୍ତୁ ଅଳ୍ପକେ ବର୍ତ୍ତି ଯାଇଥିଲେ ପରିବାର ଲୋକେ । ପରେ ସ୍ଥାନୀୟ ଜନ ପ୍ରତିନିଧି ଗମିଆଁଙ୍କ ଘରେ ପହଞ୍ଚି ତାଙ୍କୁ କିଛି ଶୁଖିଲା ଖାଦ୍ୟ ଦେଇଥିଲେ । କ୍ଷତିଗ୍ରସ୍ତ ପରିବାର ଘାଗିଆ ଗ୍ରାମରେ ଦୀର୍ଘ ଦିନ ବସବାସ କରି ଆସୁଥିଲେ ମଧ୍ୟ ସେମାନେ ରାସନ କାର୍ଡ ଯୋଜନାରେ ରାସନ ସାମଗ୍ରୀ ଛଡା ଅନ୍ୟ କିଛି ପାଉନଥିବା ଅଭିଯୋଗ କରିଛନ୍ତି । ଏପରିକି ଘରର ଯେଉଁ ଆଜବେଷ୍ଟସ ଉଡିଯାଇ ନଷ୍ଟ ହୋଇଯାଇଛି , ତାକୁ ମରାମତି କରିବା ପାଇଁ ସେ ଅକ୍ଷମ । ବହୁ କଷ୍ଟରେ ଟଙ୍କା ଯୋଡି ଯୋଡି ଘର ନିର୍ମାଣ କରିଥିଲେ , ଯଦି ଏବେ ଭଙ୍ଗା ଘରକୁ ନିର୍ମାଣ କରାଇବି ତାହାଲେ ପରିବାର ଉପାସରେ ମରିଯିବେ । ତାଙ୍କୁ ସରକାରୀ ସହାୟତାରେ ତୁରନ୍ତ ଏକ ଘର ଯୋଗାଇ ଦିଆଯିବା ପାଇଁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି ! ତେବେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ କେତେ ତତ୍ପର ହୋଇ ଉଠୁଛି ପ୍ରଶାସନ ଆଉ କେବେ ବୁଝୁଛି ଗମିଆଁଙ୍କ ଦୁଖଃ ।
ଅଦିନିଆ କାଳ ବୈଶାଖୀରେ ଉଡ଼ିଗଲା ଘର ଛପର !!!

