Site icon Awaj Media

ଶୀତଳ ଷଷ୍ଠୀ ଅବସରରେ ବାଲୁଗାଁ ନିମିକ୍ଷେତା ଗ୍ରାମରେ ଶିବ ପାର୍ବତୀଙ୍କ ବିବାହ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ନିମିକ୍ଷେତା ଗ୍ରାମରେ ପୁରାତନ କାଳରୁ ପାଳିତ ହେଉଥିବା ଶୀତଳ ଷଷ୍ଠୀ ଅବସରରେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ଆଜି ଧୁମଧାମର ସହିତ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ନୀଳକଣ୍ଠେଶ୍ଵର ଦେବ ଓ ମା କନକ ଦୁର୍ଗା ଦେବୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ବର ପିତା ହିସାବରେ ଜିତେନ୍ଦ୍ର ମହାପାତ୍ର ଓ କନ୍ୟା ପିତା ହିସାବରେ ଗଣେଶ୍ୱର ପଣ୍ଡା ବିବାହର ସମସ୍ତ କାର୍ଯ୍ୟ ତୁଲାଇ ଥିଲେ । ରୀତିନୀତି ଅନୁସାରେ ପ୍ରଥମେ ବର ନିମନ୍ତ୍ରଣ ତା ପରେ ପ୍ରଭୁ ନୀଳକଣ୍ଠେଶ୍ଵର ଦେବ ଚନ୍ଦ୍ର ଶେଖର ଙ୍କ ବେଶରେ ତାଙ୍କ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥିଲେ । ଶ୍ରଦ୍ଧାଳୁଙ୍କ ସହିତ ପାଟ ପଟୁଆର, ଘଣ୍ଟ କାହାଳୀ ସହିତ କନ୍ୟା ଗୃହ ସୋରୁପ୍ ନିମିକ୍ଷେତା ନୀଳକଣ୍ଠେଶ୍ଵର ଦେବଙ୍କ ପ୍ରାଙ୍ଗଣରେ ଥିବା କନକ ବେଦିରେ ବିରାଜମାନ ହୋଇ ରାତ୍ର ପାଞ୍ଚ ଦଣ୍ଡ ସାତ ଲିତା ସମୟରେ ପୁରୋହିତ ବିରୁପାକ୍ଷ ଦାସଙ୍କ ଦ୍ଵାରା ସାମବେଦ, ଜଦୂର୍ବେଦ ପ୍ରକ୍ରିୟା କରଣରେ ରୀତିନୀତି ଅନୁସାରେ ବିବାହ କାର୍ଯ୍ୟ ସମାପନ ହୋଇଥିଲା । ଏହି ବିବାହ ଉତ୍ସବକୁ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ସହିତ ନିମିକ୍ଷେତା ଗ୍ରାମବାସୀ ପରିଚାଳନା କରିଥିଲେ ।

Exit mobile version