Site icon Awaj Media

ନୟାଗଡ଼ରେ ଘନଘନ ବିଦ୍ଯୁତ କାଟ ପ୍ରତିବାଦରେ ହେମେନ୍ଦ୍ର ସେନା ତରଫରୁ ପ୍ରତିବାଦ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ରେ ଘନଘନ ବିଦ୍ଯୁତ କାଟ କୁ ପ୍ରତିବାଦ କରି ରାଜରାସ୍ତାକୁ ଓହ୍ଲାଇଲା ହେମେନ୍ଦ୍ର ସେନା ! ସଙ୍ଗଠନର ପ୍ରତିଷ୍ଠାତା ରାଜକୁମାର ଅରଣ୍ୟରାଜ କିଶୋର ସିଂଙ୍କ ନେତୃତ୍ବରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଟିପିସିଓଡ଼ିଏଲ, ନୟାଗଡ଼ ଅଫିସ ସାମ୍ନାରେ ପ୍ରତିବାଦ ସଭା କରାଯାଇଥିଲା ! ସଂଗଠନର ସଭାପତି ସୌମ୍ୟ ରଂଜନ ପ୍ରଧାନ, ସମ୍ପାଦକ ଶେଖ ଅବଦୁଲ ଆହ୍ଲାଦ, ବିଶିଷ୍ଟ ସମାଜସେବୀ ତଥା ଉପଦେଷ୍ଟା ପ୍ରମୋଦ ପଟ୍ଟନାୟକଙ୍କ ଉପସ୍ଥିତିରେ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିବାଦ ସଭାରେ ନୟାଗଡ଼ରେ ହେଉଥିବା ଘନ ଘନ ବିଦ୍ୟୁତ କାଟ ନେଇ ସ୍ପଷ୍ଟୀକରଣ ମଗାଯିବା ସହିତ , ଆଗାମୀ ଦିନରେ କିପରି ଏହି ସମସ୍ୟା ସମାଧାନ ହେବ ଆଲୋଚନା ରହିଥିଲା l ପ୍ରିପେଡ ତଥା ଡିଜିଟାଲ ମିଟର ଲଗାଇବା ଆଳରେ ହଇରାଣ କରିବା ତଥା ଗୁଣ୍ଡାଗିରି ବନ୍ଦ କରାଯାଉ ବୋଲି ଦାବୀ ରଖିଛି ସଂଗଠନ । ନୟାଗଡ ବିଜୁଳି ଉପୋଭୋକ୍ତାଙ୍କ ଅଭିଯୋଗ ନିମନ୍ତେ ଏକ ସ୍ଵତନ୍ତ୍ର ଟେଲିଫୋନ ନମ୍ବର, ସହରାଞ୍ଚଳର ପ୍ରତ୍ୟେକ ଗଳିକନ୍ଦିରୁ ବିଦ୍ୟୁତ ଖୁଣ୍ଟ ପରିବର୍ତ୍ତେ ଭୂତଳ ବିଦ୍ୟୁତ କେବୁଲ ବ୍ୟବସ୍ଥା, ନୟାଗଡ ପାଇଁ ଆଉ ଏକ ଗ୍ରୀଡ ଷ୍ଟେସନ, ଉପୋଭୋକ୍ତାଙ୍କ ବିଜୁଳି ବିଲରେ ମନଇଚ୍ଛା ଚାର୍ଜ ପକାଇ ଶୋଷଣ ବନ୍ଦ କରିବା ଓ ନୟାଗଡ଼ ସହରାଞ୍ଚଳ ପାଇଁ ଏକ ସ୍ବତନ୍ତ୍ର ସବ ଷ୍ଟେସନର ସ୍ଥାପନା କରିବା ନିମନ୍ତେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଟିପିସିଓଡ଼ିଏଲ, ନୟାଗଡ଼ଙ୍କୁ ହେମେନ୍ଦ୍ର ସେନା, ନୟାଗଡ ତରଫରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହା ସହିତ ଦୁଇମାସ ଭିତରେ ବିଦ୍ୟୁତ ସମସ୍ୟା ପରିବର୍ତନ ନହେଲେ ରାଜରାସ୍ତାକୁ ଓଲ୍ହାଇବା ପାଇଁ ହେମେନ୍ଦ୍ର ସେନା ପକ୍ଷରୁ ଚେତାବନୀ ଦିଆଯାଇଛି l ଏହି ପ୍ରତିବାଦ ସଭାରେ କୃଷକ ନେତା ସନ୍ତୋଷ ପ୍ରଧାନ, ହରଷ ଚନ୍ଦ୍ର ପଣ୍ଡା . ତ୍ରିନାଥ ସାହୁ, ଆଲମ ଖାନ, ସୁବାଶ ମୁଦୁଲି , ନୃସିଂହ ମହାପାତ୍ର ,କୃପାସିନ୍ଧୁ ଗୌଡ, ଦିଲ୍ଲୀପ ବେହେରା, ଆରତୀ ଗୌଡ, ଧରିତ୍ରୀ ସେଠୀ ପ୍ରମୁଖ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ ।

Exit mobile version