Site icon Awaj Media

ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ଦ୍ବାରା ସଚେତନତା କାର୍ଯ୍ୟକ୍ରମ !!!

Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଦିବ୍ୟାଙ୍ଗ ମାନଙ୍କୁ ଚିହ୍ନଟ କରିବା ପାଇ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି I ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଳା ମୂଖ୍ୟ ଚିକିତ୍ସାଳୟ ର ସି.ଡି.ଏମ୍.ଓ ଏବ ଅନ୍ୟ ଚିକିତ୍ସକ ମାନେ ଏବ କର୍ମଚାରୀ ମାନେ ସହଯୋଗ କରିଥିଲେ I ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର କର୍ମଚାରୀ, ପି.ଏଲ୍.ଭି ଓ ପ୍ରଣ୍ଟ ଅଫିସ ରିଟେନର ମାନେ ଏକ ସପ୍ତାହ ବ୍ୟାପି ସଚେତନତା ଅଭିଯାନ ରେ ଯାହାକି ୨୨.୦୫.୨୦୨୩ ରୁ ୨୯.୦୫.୨୦୨୩ ପର୍ଯ୍ୟନ୍ତ ଚାଲିଛି , ସେଥିରେ ଚିକିସାଳୟକୁ ଆସୁଥିବା ଦିବ୍ୟାଙ୍ଗ ମାନଙ୍କର ସମସ୍ୟା, ଆବଶ୍ୟକତା ସପର୍କରେ ପଚାରି ସେମାନଙ୍କ ପାଖରେ ସରକାରୀ ସୁବିଧା ଓ ସୁଯୋଗ ଓ ଆଇନସେବା ଯୋଗାଇଦେବା ପାଇ ପରାମର୍ଶ ଦେଇଥିଲେ I ସେହି ଚିକିତ୍ସାଳୟ କୁ ଆସିଥିବା ତିନି ଜଣ ଦିବ୍ୟାଙ୍ଗକୁ ତିନିଚକିଆ ଗାଡି ଏବ କୁତ୍ରିମ ଅଙ୍ଗ ଲଗାଇବା ପାଇ ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ଙ୍କ ପାଖକୁ ଦରଖାସ୍ତ ଦିଆଗଲା I ପରିଶେଷରେ ଦିବ୍ୟାଙ୍ଗମାନେ କିପରି ଶିଘ୍ର ପ୍ରମାଣପତ୍ର ପାଇପାରିବେ ଏଥିପାଇ ନିଯୁକ୍ତ ଚିକିତ୍ସକ ମାନଙ୍କ ସହିତ ସମ୍ପାଦିକା ମହୋଦୟା ପରାମର୍ଶ କରିଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ର ସି.ଡି.ଏମ୍.ଓ ଏବ ଅନ୍ୟ ଚିକିତ୍ସକ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ପଣ୍ଡାଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି I

Exit mobile version