Site icon Awaj Media

ଡୁବୁରି ଠାରେ ବିଜୁ ଜନତା ଦଳ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକ ଅନ୍ତର୍ଗତ ଡୁବୁରି ଠାରେ ବିଜୁ ଜନତା ଦଳ ପକ୍ଷରୁ ଶନିବାର ସନ୍ଧ୍ୟାରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସୂଚନା ମୁତାବକ ସୁକିନ୍ଦାରେ ବିଜେପି ତରଫରୁ , ବିଜୁ ଜନତା ଦଳ ବିରୋଧରେ ଅପପ୍ରଚାର କୁ ବିରୋଧ କରି ସୁକିନ୍ଦା ବ୍ଲକ ଅନ୍ତର୍ଗତ ଡୁବୁରି ଠାରେ ବିଜୁ ଜନତା ଦଳ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଦେବୀ ପ୍ରସାଦ ମହାନ୍ତି , ସୁକିନ୍ଦା ବ୍ଲକ ଯୁବ ସଭାପତି ସୁଜିତ୍ ରାଉତ , ବ୍ଲକ ଯୁବ ଉପସଭାପତି ଆଶିଷ କୁମାର ବରାଳ, ଡୁବୁରି ଗ୍ରାମ ପଞ୍ଚାୟତ ଯୁବ ସଭାପତି ରଞ୍ଜନ କୁମାର ନାୟକଙ୍କ ଉପସ୍ଥିତରେ ଏହି ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା !

Exit mobile version