Site icon Awaj Media

ଗୁମ୍ମା ଓ ସେରଙ୍ଗ ରେ ବିଜେପି ମଣ୍ଡଳ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୁମ୍ମା ଓ ସେରଙ୍ଗ ରେ ବିଜେପି ର ମଣ୍ଡଳ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ! ଗୁମ୍ମା ବ୍ଲକ ହାଟପଦା ରେ ଆୟୋଜିତ ବୈଠକରେ ସଭାପତିତ୍ୱ କରିଥିଲେ ଗୁମ୍ମା ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ବିଷୋୟୀ ! ଅନ୍ୟ ମାନଙ୍କ ମଧରେ ମଞ୍ଚାସିନ ଥିଲେ ସେରଙ୍ଗ ମଣ୍ଡଳ ସଭାପତି ମାମା ଶବର ! ଉକ୍ତ ବୈଠକରେ ଜ଼ିଲ୍ଲା ସାଧାରଣ ସମ୍ପାଦକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୋଦି ସରକାରଙ୍କ ଦୀର୍ଘ ନଅ ବର୍ଷ ର ଉପଲବ୍ଧି ଗୁଡିକ କାର୍ଯ୍ୟକର୍ତ୍ତା ମାନଙ୍କୁ ବୁଝାଇଥିଲେ ! ତେଣୁ ଆଗାମୀ ନିର୍ବାଚନ କୁ ଆଖି ଆଗରେ ରଖି ମେ 30 ଠାରୁ ଜୁନ 30 ପର୍ଯ୍ୟନ୍ତ ଏକ ଦୀର୍ଘ କାଳୀନ ପ୍ରଚାର ପ୍ରସାର ପାଇଁ ମଣ୍ଡଳ ସ୍ତରୀୟ କାର୍ଯ୍ୟକର୍ତ୍ତା ମାନଙ୍କୁ ଆହ୍ୱାନ ଦେଇଥିଲେ ! ଉକ୍ତ ବୈଠକରେ ଶହେରୁ ଅଧିକ କାର୍ଯ୍ୟକର୍ତ୍ତା ସାମିଲ ଥିଲେ !

Exit mobile version