Site icon Awaj Media

ବାଙ୍କୀ ରେ ପ୍ରତିବାଦ , ବିକ୍ଷୋଭର ନୂଆ ତରିକା : ଅଘୋଷିତ ବିଦ୍ୟୁତ କାଟ କୁ ପ୍ରତିବାଦ କରି ଶକ୍ତିମନ୍ତ୍ରୀ ଙ୍କୁ ଲଣ୍ଠନ ଉପହାର !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଅଘୋଷିତ ବିଦ୍ୟୁତ କାଟ କୁ ନେଇ ନିଆରା ପ୍ରତିବାଦ ! ଯୁବ ସମାଜସେବୀ ଙ୍କ ପକ୍ଷରୁ ବାହାରିଲା 50 କିଲୋମିଟର ବ୍ୟାପି ପ୍ରତିବାଦ ଯାତ୍ରା ! ମା ଚର୍ଚ୍ଚିକା ଙ୍କ ପୀଠ ରୁ ସାଇକେଲ ଯାତ୍ରା ଆରମ୍ଭ କଲେ ଅଜୟ ପଣ୍ଡା ଏବଂ ସହଯୋଗୀ ! ଅଭିନବ ଉପାୟରେ ବାଙ୍କୀ ରେ ହେଉଥିବା ଅଘୋଷିତ ବିଦ୍ୟୁତ କାଟ କୁ ପ୍ରତିବାଦ କରି ରାଜ୍ୟ ସରକାର ଙ୍କ ଶକ୍ତି ମନ୍ତ୍ରୀ ଭେଟି ଦେବା ପାଇଁ ହାତରେ ଲଣ୍ଠନ ଓ ବିଞ୍ଚଣା ଧରି ଯୁବ ସମାଜସେବୀ ଅଜୟ ପଣ୍ଡା ଙ୍କ ସମେତ କିଛି ଉଚ୍ଚ ଶିକ୍ଷିତ ଯୁବକ ସାଇକେଲ ଧରି ଓଡିଶାର ରାଜଧାନୀ ଭୁବନେଶ୍ୱରର ଶକ୍ତିମନ୍ତ୍ରୀ ଙ୍କ ବାସ ଭବନ ଅଭିମୁଖେ ! ଯାହାକୁ ସ୍ୱାଗତ କରିଛି ବାଙ୍କୀ ଯୁବ କଂଗ୍ରେସ ! ପ୍ରଥମେ ହାତ ରେ ଲଣ୍ଠନ ଓ ବିଞ୍ଚଣା ଧରି ବାଙ୍କୀ ର ବିଦ୍ୟୁତ ବିଭାଗ ର ଅଘୋଷିତ ବିଦ୍ୟୁତ କାଟ ଓ ବିଭାଗର ମନମାନୀ ବିରୋଧ ୩ ଦିନ ବ୍ୟାପି ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖ ରେ କରାଯାଇଥିଲା ବିକ୍ଷୋଭ ! ଏହି ଅଭିଯୋଗ ଉପରେ କୌଣସି ବିଚାର କୁ ଗୁରୁତ୍ୱ ଦେଲେନାହିଁ , ବିଦ୍ୟୁତ ବିଭାଗ ଅଧିକାରୀ ! ଯାହାର ସୂଚନା ଦେବା ପାଇଁ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ ଙ୍କୁ ଭୁବନେଶ୍ୱର ରେ ଭେଟି ଯୁବ ସମାଜସେବୀ ଙ୍କ ପକ୍ଷରୁ ଲଣ୍ଠନ ଓ ବିଞ୍ଚଣା ପ୍ରଦାନ ପାଇଁ ହୋଇଥିଲା ନିଷ୍ପତ୍ତି !

Exit mobile version