Site icon Awaj Media

ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଙ୍କୁ ଓଡିଶା ଡିଜିଟାଲ ମହାସଂଘ ତରଫରୁ ସ୍ମାରକପତ୍ର !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ରାଜ୍ୟ ସରକାର ଶାସନ ବ୍ୟବସ୍ଥାରେ ଡିଜିଟାଲ ପଦ୍ଧତିକୁ ଗୁରୁତ୍ୱ ପ୍ରଦାନ କରୁଥିବା ସମୟରେ ସମଗ୍ର ରାଜ୍ୟରେ କାର୍ଯ୍ୟରତ ଡିଜିଟାଲ ମିଡ଼ିଆ ପ୍ରତିନିଧି ନିଜର ସମ୍ମାନ , ସୁରକ୍ଷା ଏବଂ ଅଧିକାର ପାଇଁ ସଂଗ୍ରାମ ଜାରି ରଖିଛନ୍ତି ! ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟାର ଉନ୍ନତି ସାମାଜିକ ଗଣମାଧ୍ୟମର ବ୍ୟବହାର ଓ ଲୋକପ୍ରିୟତା ବଢ଼ାଇଥିବା ବେଳେ , ଡିଜିଟାଲ ମିଡ଼ିଆ ସାଧାରଣ ଲୋକଙ୍କର ଆସ୍ଥା ଭାଜନ ହୋଇପାରିଛି ! ସମଗ୍ର ରାଜ୍ୟରେ କାର୍ଯ୍ୟରତ ଡିଜିଟାଲ ମିଡ଼ିଆ ପ୍ରତିନିଧି , ସଂସ୍ଥାର ମାଲିକ ଏବଂ ସମ୍ପାଦକ ମାନଙ୍କୁ ନେଇ ଡିଜିଟାଲ ମିଡ଼ିଆ ମହାସଂଘ ଦୀର୍ଘ ଚାରି ବର୍ଷ ଧରି ତାର କାର୍ଯ୍ୟକ୍ରମ ଜାରି ରଖିଛି ! ଏବେ ପାଖାପାଖି ତିନି ଶହରୁ ଅଧିକ ଡିଜିଟାଲ ଚ୍ୟାନେଲ ଏବଂ ତିନି ହଜାର ରୁ ଅଧିକ ପ୍ରତିନିଧି ମହାସଂଘରେ ସାମିଲ ହୋଇଥିବା ସମୟରେ , ପଞ୍ଜୀକରଣ ଏବଂ ରାଜ୍ୟ ପରିଚାଳନା କମିଟି ଗଠନ ପରେ ଡିଜିଟାଲ ମିଡ଼ିଆ ମହାସଂଘ ପୂର୍ଣ୍ଣାଙ୍ଗ ରୂପ ଧାରଣ କରିସାରିଛି ! ରାଜ୍ୟର ରାଜଧାନୀ ସମେତ ସମସ୍ତ ଜିଲ୍ଲା ମୁଖ୍ୟାଳୟ ରେ ଡିଜିଟାଲ ମିଡ଼ିଆ ପ୍ରତିନିଧି ମାନେ ନିରନ୍ତର ଖବର ସଂଗ୍ରହ କାମ ଜାରି ରଖିଛନ୍ତି ! ଆଗକୁ ଆସୁଛି ବିଶ୍ବ ପ୍ରସିଦ୍ଧ ରଥ ଯାତ୍ରା ! ଛାପା ଏବଂ ବୈଦ୍ୟୁତିକ ଗଣମାଧ୍ୟମ ପରି ଡିଜିଟାଲ ମିଡ଼ିଆ ପ୍ରତିନିଧି ମାନଙ୍କୁ ମଧ୍ୟ ରଥଯାତ୍ରା କାର୍ଯ୍ୟକ୍ରମକୁ ପ୍ରସାରଣ କରିବା ପାଇଁ ଅନୁମତି ପ୍ରଦାନ ପିଅନ ରାଜ୍ୟ ସୂଚନା ଏବଂ ଲୋକ ସମ୍ପର୍କ ମନ୍ତ୍ରୀଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଛନ୍ତି ଓଡିଶା ଡିଜିଟଲ ମିଡ଼ିଆ ମହାସଂଘର ସଦସ୍ୟ ! ରଥ ଯାତ୍ରା ସମ୍ପର୍କୀତ ସୂଚନା ଏବଂ ପ୍ରସ୍ତୁତି କାର୍ଯ୍ୟକ୍ରମରେ ମହାସଂଘର ସଦସ୍ୟଙ୍କୁ ସାମିଲ କରିବା ପାଇଁ ଅନୁରୋଧ ମଧ୍ୟ କରିଛନ୍ତି ! ଡିଜିଟାଲ ମିଡ଼ିଆ କୁ ରଥ ଯାତ୍ରା ସମ୍ପର୍କିତ ଖବର ସଂଗ୍ରହ ପାଇଁ ଅନୁମତି ପ୍ରଦାନ କରାଗଲେ , ମହାସଂଘର କାର୍ଯ୍ୟ ଏବଂ ଉଦ୍ଦେଶ୍ୟ ସାଧିତ ହେବା ସହିତ ପୁରୀ ଯାଇ ପାରୁନଥିବା ଲୋକେ ନିଜ ମୋବାଇଲ ଫୋନ ମାଧ୍ୟମରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଦେଖି ପାରିବେ ବୋଲି ସ୍ମାରକପତ୍ର ଉଲ୍ଲେଖ ରହିଛି !

Exit mobile version