Site icon Awaj Media

କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଗଣଧାରଣା !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା । କେନ୍ଦ୍ରାପଡା ଜିଲ୍ଲା ଶ୍ରମ କାର୍ଯ୍ୟଳୟରେ ଅନିୟମିତତା ଓ ଦୁର୍ନୀତି ବିରୁଦ୍ଧରେ ନିର୍ମାଣ ଶ୍ରମିକ ମାନଙ୍କର ଦାବି ସମ୍ପର୍କରେ ସରକାର ତଥା ଉଚ୍ଚ କତ୍ତୃପକ୍ଷ ଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ପୁଣିଥରେ ସରକାର ଏବଂ ଉଚ୍ଚ କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ଆଜି ଶ୍ରମିକ ନେତା ଅଶୋକ କୁମାର ତ୍ରିପାଠୀ ଙ୍କ ନେତୃତ୍ବରେ କେନ୍ଦ୍ରାପଡା ନିର୍ମାଣ ଶ୍ରମିକ ସଂଘ ର ସଦସ୍ୟ ମାନେ କେନ୍ଦ୍ରାପଡା କଲେଜ ଛକ ନିକଟରୁ ରାଲିରେ ବାହାରି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଶାନ୍ତିପୂର୍ଣ୍ଣ ଭାବେ ଗଣଧାରଣା ଦେଇଥିଲେ । ଅପର ପଟେ ଯଦି ଶ୍ରମିକ ମାନଙ୍କ ର ସମସ୍ତ ଦାବି ପୂରଣ ନହୁଏ ତେବେ ଆଗମୀ ଦିନରେ ଆନ୍ଦୋଳନ କୁ ତୀବ୍ରତର କରାଯିବ ବୋଲି ଶ୍ରମିକ ନେତା ଅଶୋକ କୁମାର ତ୍ରିପାଠୀ ଚେତାବନୀ ଦେଇଛନ୍ତି ।

Exit mobile version