ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ନିକଟସ୍ଥ ବଡକୁଳ ପାନ୍ଥନିବାସ ଏକ ଓଡିଶା ର ମୁଖ୍ୟ ପର୍ଯ୍ୟଟନସ୍ଥଳ ହୋଇଥବା ବେଳେ ଏଠାକୁ ଦେଶ ବିଦେଶ ଓ ଆମ ରାଜ୍ୟ ଓଡିଶାର ବିଭିନ୍ନ ପ୍ରାନ୍ତ ରୁ ପର୍ଯ୍ୟଟକ ଙ୍କ ସୁଅ ଛୁଟୁଥିବାର ଦେଖାଯାଏ l ନିଜ ପରିବlର ସହିତ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ଚିଲିକା ପରିଦର୍ଶନ ସହିତ ପିଲାମାନଙ୍କୁ ଖେଳିବା ଓ ଉପଭୋଗ କରିବା ପାଇଁ ଏହି ଚିଲଡ୍ରେନ ପାର୍କ କୁ ଆସିଥାନ୍ତି l କିନ୍ତୁ ବଡ ଦୁଃଖର ବିଷୟ ସରକାରଙ୍କ କୋଟି କୋଟି ଟଙ୍କା ବ୍ୟୟ ମଞ୍ଜୁର ହୋଇ ପାର୍କ ରେ ବିଭିନ୍ନ କାମ ହୋଇଥିଲା l ଏବେ ତାହା ଅଲୋଡ଼ା ହୋଇ ପଡ଼ିରହିଛି ! ପାର୍କ ଭିତରେ ବିଭିନ୍ନ ଖେଳ ସାମଗ୍ରୀ ଭାଙ୍ଗି ଯାଇଥିବା ବେଳେ କଣ୍ଟା ଗଛ ଓ ବିଛୁଆତି ଗଛ ଉଠି ଭର୍ତ୍ତି ହୋଇରହିଛି l ଲକ୍ଷ ଲକ୍ଷ ଟଙ୍କାର ୱାଟରପଲ ଖରାପ ହୋଇ ପଡ଼ିରହିଛି , କେଉଁଠି ବସିବା ପାଇଁ ସିଟ ଥିବା ବେଳେ ଉଇହୁଙ୍କା ହୋଇ ନଷ୍ଟ ହୋଇ ଗଲାଣିତ କେଉଁଠି ଆଲୋକ ସଜା ଉପକରଣ ଅଚଳ ହୋଇ ଅଲୋଡ଼ା ହୋଇ ପଡ଼ିରହିଛି ! ଏହାରି ଭିତରେ ବହୁତ ମଦ କାଚ ଓ ଭଙ୍ଗା କାଚ ପଡ଼ିଥିବା ଦେଖିବାକୁ ମିଳୁଛି l ଛୋଟ ପିଲାମାନେ ଗ୍ରିଲ ଡେଇଁ ଭିତରକୁ ପ୍ରବେଶ କରି ଖେଳୁଛନ୍ତି କିନ୍ତୁ ସେମାନଙ୍କ ପ୍ରତି ବିପଦ ରହିଛି l ନିଜ ଆଖିରେ ନଦେଖିଲେ ମଧ୍ୟ ଆପଣ ମାନେ ବିଶ୍ୱାସ କରି ପାରିବେନି, ଏହାର ଚତୁର୍ପାର୍ଶ୍ୱ ଅଳିଆ ହୋଇ ରହିଛି ! ଏହାର ଦାୟିତ୍ୱ ନେବାକୁ କେହିନାହାନ୍ତି l କେବେ ପଡିବ ସରକାରଙ୍କ ନଜର ଦେଖିବାକୁ ବାକି ରହିଲା l
କାହା ସ୍ୱାର୍ଥରେ ବଡକୁଳ ପାନ୍ଥନିବାସରେ ଥିବା ଚିଲଡ୍ରେନ ପାର୍କ ???

