Site icon Awaj Media

ଓଡିଶା କମ୍ପ୍ୟୁଟର ଏକାଡେମୀର ବାର୍ଷିକ ଉତ୍ସବ ପାଳନ ଅବସରରେ ମେଗା ରକ୍ତଦାନ ଶିବିର !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଓଡିଶା କମ୍ପ୍ୟୁଟର ଏକାଡେମୀର ବାର୍ଷିକ ଉତ୍ସବ ପାଳନ ଅବସରରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ! ଏହି କାର୍ଯ୍ୟକ୍ରମ ରେ ୧୪୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ପ୍ରଚଣ୍ଡ ଖରା ସତ୍ତ୍ବେ ସ୍ବେଚ୍ଛାକୃତ ଭାବେ ଏଠାକୁ ଆସି ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ରକ୍ତ ଦେଇଥିଲେ । ଏହାର ସମସ୍ତ ଶ୍ରେୟ ଏହି ଶିବିର କୁ ଆସି ରକ୍ତଦାନ କରିଥିବା ରକ୍ତଦାତା ଏବଂ ଓଡିଶା କମ୍ପ୍ୟୁଟର ଏକାଡେମୀ ର କାର୍ଯକର୍ତ୍ତା ଙ୍କୁ ଦିଆଯାଇଛି ବୋଲି କହିଛନ୍ତି ମ୍ୟାନେଜିଂ ଡାଇରେକ୍ଟର ସୂର୍ଯ୍ୟ ନାରାୟଣ ରାଉତ । ଏଥିରେ ସମ୍ପୂର୍ଣ୍ଣ ଭାବେ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମ କୁ ସମାପନ କରିଥିଲେ ଡଃ ନରେଶ ଚନ୍ଦ୍ର ସାହୁ ସଭାପତି (ଓଡିଶା ରକ୍ତଦାତା ମହାସଂଘ) ! ଅନ୍ୟମାନଙ୍କ ମଧ୍ୟରେ ଶ୍ରୀରାମ ଚନ୍ଦ୍ର ଭଞ ମେଡିକାଲ କଲେଜ ର କର୍ମଚାରୀ ଡଃ ସଂଗୀତା ସମଦ, ଶ୍ରୀ ରାମଚନ୍ଦ୍ର ଖୁଣ୍ଟିଆ, ବିନୋଦିନି ଗିରି, ସୁମନ୍ତ କୁମାର ବେହେରା, ବିଷ୍ଣୁ ପ୍ରସାଦ ଘୋଷ ଏବଂ ବାଙ୍କୀ ଶାଖାର ପରିଚାଳନା ନିର୍ଦ୍ଦେଶକ ଦେବୀଦତ୍ତ ବିଭୁତିରାୟ ଙ୍କ ସହ ଓ ସି ଏ ର କର୍ମକର୍ତ୍ତା ବିରଜା ପ୍ରସାଦ ମହାନ୍ତି, ନାରାୟଣ ପାଢୀ, ଚିନ୍ମୟୀ ପାଣିଗ୍ରାହୀ, ନିତୁ ସିଂ, ସ୍ୱର୍ଣ୍ଣଲକ୍ଷ୍ମୀ ପ୍ରଧାନ, ଅରବିନ୍ଦ ମୁଦୁଲି, ଜ୍ୟୋତିର୍ମୟୀ ପଣ୍ଡା, ଚିନ୍ମୟୀ ଦେବତା, ସାଗରିକା ସାମଲ, ସୁଦ୍ଧୃତିଏ ସାହୁ, ସତ୍ୟଭାମା ରାଏ, ସନ୍ତୋଷ କୁମାର ବେହେରା, ରାମଚନ୍ଦ୍ର ପଣ୍ଡା, ପ୍ରବିର୍ କୁମାର ପାଣିଗ୍ରାହୀ ଏବଂ ଅନିରୁଦ୍ଧ ପରିଡା, ପାରମିତା ସାମଲ, ରଶ୍ମିତା ବେହେରା, ରୋଜାଲିନ ବେହେରା, ଅନନ୍ତ ରଣା ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ ଶିବିର କୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ପ୍ରତ୍ୟେକ ବର୍ଷ ଏପରି ମହତ୍ କାର୍ଯ୍ୟ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।

Exit mobile version