Site icon Awaj Media

ଏ.କେ.ବିଦ୍ୟାମନ୍ଦିର ତରଫରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ଥାନା, ଦଧିବାମନପୁର ସ୍ଥିତ ସି.ବି.ଏସ.ଇ. ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ତମାଖୁ ବର୍ଜନ ଦିବସ ( World No Tobacco Day) ପାଳିତ ହୋଇ ଯାଇଛି। 31 ମେ ବିଶ୍ଵ ତମାଖୁ ବର୍ଜନ ଦିବସ ହୋଇଥିବାରୁ, ବିଦ୍ୟାଳୟ କର୍ତ୍ତୃପକ୍ଷ ଏକ ରାଲିର ଆୟୋଜନ କରିଥିଲେl ଏହି ରାଲିରେ ପିଲା ମାନେ ବିଦ୍ୟାଳୟର ଆର୍ଟ ଶିକ୍ଷକ ନିରଞ୍ଜନ ନାୟକଙ୍କ ତତ୍ତ୍ଵାବଧାନରେ ବିଭିନ୍ନ ପ୍ରକାରର ପୋଷ୍ଟର ଏବଂ ଫ୍ଲାଗ କାର୍ଡ ମାନ ତିଆରି କରି ବସ ରାଲିରେ ଯୋଗ ଦେଇଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ସହଯୋଗରେ ଛାତ୍ରଛାତ୍ରୀମାନେ ତମାଖୁ ବର୍ଜ୍ଜନ ସ୍ଲୋଗାନ ସହିତ ୪୨ ମୌଜାର ଝିଙ୍କିରିଆ ଗ୍ରାମ ମୁଖ୍ୟ ରାସ୍ତାରୁ ଆରମ୍ଭ କରାଯାଇଥିଲା ବିଦ୍ୟାଳୟର ମାର୍ଗଦର୍ଶକ ଡ଼.ଅନିରୁଦ୍ଧ ଖିଲ୍ଲାର ଓ ଚେୟାରମ୍ୟାନ ଡ଼.ଚନ୍ଦନା ବେହେରା ଏହି ରାଲିକୁ ସ୍ଲୋଗାନ ଏବଂ ଫ୍ଲାଗ କାର୍ଡ ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରାଲି ଚାନ୍ଦୁଲି ପର୍ଯ୍ୟନ୍ତ ଚାଲିଥିଲା। ବାଟରେ ବେଣ୍ଟକାର, ଗୋବିନ୍ଦ ପୁର, କଳପଡ଼ା ଠାରେ ଅଭିଭାବକ ମାନଙ୍କ ଦ୍ୱାରା ପାନୀୟ ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପ୍ରଶାସକ ଶ୍ରୀ କ୍ଷେତ୍ରମୋହନ ସେନାପତି, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ପରିଚାଳନା କରିଥିଲେl ଭବିଷ୍ୟତରେ ଅଧିକରୁ ଅଧିକ ଏହି ଭଳି ଜନଜାଗରଣ ରାଲିର ଆୟୋଜନ କରିବାର ବ୍ୟବସ୍ଥା ବିଦ୍ୟାଳୟ ତରଫରୁ କରାଯିବ ବୋଲି ବିଦ୍ୟାଳୟର ମାର୍ଗଦର୍ଶକ କହିଥିଲେ।

Exit mobile version