Site icon Awaj Media

ମଙ୍ଗଳପୁର ନିକଟରେ ଟ୍ରେନ ଦୁର୍ଘଟଣାରେ ଜଣେ ଗୁରୁତର : କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଅନୁଗୁଳ ସୁକିନ୍ଦା ରେଳପଥର ମଙ୍ଗଳପୁର ନିକଟରେ ଟ୍ରେନ ଦୁର୍ଘଟଣାରେ ଅଶୋକ ସାହୁ ନାମକ ବ୍ୟକ୍ତି ଗୁରୁତର ଆହତ ହୋଇ କଟକ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ସୂଚନା ମୁତାବକ ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ବାସିନ୍ଦା ଆଶୋକ ସାହୁ ଗାଈ ଚରାଇବା ପାଇଁ ଯାଉଥିବା ସମୟରେ ଟ୍ରେନ ଆସୁଥିବା ଦେଖି ଟ୍ରେନ୍ ଲାଇନରେ ଥିବା ଗାଈ ଗୋରୁଙ୍କୁ ବଞ୍ଚାଇବା ପାଇଁ ବାହାର କରୁଥିବା ବେଳେ ଟ୍ରେନ ଆସିଯିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ଅଶୋକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ଗୁରୁତର ହୋଇଥିବାରୁ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା କରାଯିବା ପରେ କଟକ ସ୍ଥାନାନ୍ତର କରାଯାଇଛି । ଗତ କିଛି ଦିନ ମଧ୍ୟରେ ସୁକିନ୍ଦା ଅଂଚଳରେ ଟ୍ରେନ ଦୁର୍ଘଟଣାରେ ଅନେକ ଗାଈ ଗୋରୁଙ୍କର ମୃତ୍ୟୁ ଘଟିଥିବାରୁ ରେଳପଥ ଅତିକ୍ରମ କରିଥିବା ଜନବସତି ଅଞ୍ଚଳରେ ଆବଶ୍ୟକୀୟ ସୁରକ୍ଷା ବାଡ ଦିଆଯିବାକୁ ସାଧାରଣରେ ଦୃଢ଼ ଦାବୀ ହେଉଛି ।

Exit mobile version