Site icon Awaj Media

ଗହଗା ନରସିଂହପୁର ପ୍ରାଥମିକ ବିଦ୍ୟାଳୟରେ ଆକ୍ୟୁବେଶନ ସେଣ୍ଟର ଆୟୋଜିତ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ମହିଳା ମାନଙ୍କ ଉନ୍ନତି ପାଇଁ ନାଳନ୍ଦା ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଫାଉଣ୍ଡେସନ ଅଟଳ ଆକ୍ୟୁବେଶନ ସେଣ୍ଟର ମାଧ୍ୟମରେ ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ପାଇଁ ମାର୍କେଟିଂ, ପ୍ରଡକ୍ସନ ଓ ଫାଇନାନ୍ସ ଦିଗରେ ସମନ୍ୱୟ ରକ୍ଷାକରି କେବିକେ, ନାବାର୍ଡ ଡିଷ୍ଟ୍ରିକ୍ଟ ମ୍ୟାନେଜର, ଇଣ୍ଡିଆନ ବ୍ୟାଙ୍କ ମ୍ୟାନେଜର, ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର ଏବଂ ବିଡ଼ିଓ ଙ୍କ ସମନ୍ୱୟରେ ମହିଳା ମାନଙ୍କ ସମସ୍ୟାକୁ ସମାଧାନ କରିବା ଦିଗରେ ଆଜି ଗହଗା ନରସିଂହପୁର ପ୍ରାଥମିକ ବିଦ୍ୟାଳୟରେ ଏକ ଆକ୍ୟୁବେଶନ ସେଣ୍ଟର ଆୟୋଜିତ ହୋଇଯାଇଛି ! ପଞ୍ଚାୟତର ଶତାଧିକ ମହିଳା ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ! ମହିଳାମାନେ କିଭଳି ଭାବେ ଆତ୍ମ ନିର୍ଭରଶୀଳ ହୋଇପାରିବେ, ଅଧିକ ଜ୍ଞାନକୌଶଳ ପାଇ ପାରିବେ ସେଦିଗରେ ନାଳନ୍ଦା ଇନଷ୍ଟିଚ୍ୟୁଟ ଟେକ୍ନୋଲୋଜି ଅଫ ଫାଉଣ୍ଡେସନ ମାଧ୍ୟମରେ ଦାନପୁର ପଞ୍ଚାୟତ ପକ୍ଷରୁ ଏକ ନିଆରା ପ୍ରୟାସକୁ ସ୍ଵାଗତ ଜଣାଇଛନ୍ତି ପଞ୍ଚାୟତର ବୁଦ୍ଧିଜୀବୀ ମାନେ ! ବଡି, ଆଚାର, ପାମ୍ପଡ଼ ଏସବୁ ପ୍ରସ୍ତୁତ କରି ଦାନପୁର ପଞ୍ଚାୟତର ମହିଳାମାନେ ଘର କାମ ସହିତ ପରିବାରର ଜିମେଦାରୀ ଉଠାଇ ବେଶ ଖୁସି ରହିଥିବା କହିଥିଲେ ! ପଞ୍ଚାୟତ ର ସରପଞ୍ଚ ମାନସୀ ତ୍ରିପାଠୀଙ୍କ ଏଭଳି ଏକ ନିଆରା ପ୍ରୟାସ ଡେରାବିଶ ବ୍ଲକରେ ପ୍ରଥମ ଥର ପାଇଁ ଆୟୋଜନ କରାଯାଇଥିବା ବେଳେ ଆଗାମୀ ଦିନରେ ପଞ୍ଚାୟତରେ କିଭଳି ଭାବେ ଏହାକୁ ଆହୁରି ବ୍ୟାପକ କରାଯିବ ସେଦିଗରେ ସତ ଚେଷ୍ଟିତ ରହିବା ପାଇଁ ସରପଞ୍ଚଙ୍କ ପ୍ରତିନିଧି ଉମେଶ ଚନ୍ଦ୍ର ତ୍ରିପାଠୀ କହିଥିଲେ ! ନାଳନ୍ଦା ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଭାରତ ସରକାରଙ୍କ ନୀତି ଆୟୋଗ ଦ୍ଵାରା ପ୍ରଣୀତ ଏକ ଉଦ୍ୟୋଗୀକ ବ୍ୟବସାୟୀ ଇନକ୍ୟୁବେଶନ ! ନୂତନ ଭାବେ ବ୍ୟବସାୟ ଆରମ୍ଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ଆଗକୁ ନେବା ପାଇଁ ବିଭିନ୍ନ ପ୍ରୋଗ୍ରାମ ମାଧ୍ୟମରେ ଖାଦ୍ୟ ପ୍ରସ୍ତୁତ କରି ମହିଳା ମାନେ କିଭଳି ଭାବେ ଅନ୍ତରାଷ୍ଟ୍ରୀୟ ସ୍ତରରେ ପରିଚିତ ହୋଇପାରିବେ ସେଦିଗରେ ଚେଷ୍ଟିତ ରହିଛି ବୋଲି ସଂସ୍ଥାର ପ୍ରୋଗ୍ରାମ ମ୍ୟାନେଜର ବିଭୁ ମାହାଲିଆ କହିଛନ୍ତି !

Exit mobile version