Site icon Awaj Media

ଜଙ୍ଗଲ ଜମି ବେଆଇନ ଦଖଲ : ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସାନହାମରା ଗ୍ରାମବାସୀ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ସୁରକ୍ଷିତ ରହୁନି ଜଙ୍ଗଲ ଜମି | ମାତିଛନ୍ତି ଜବର ଦଖଲ କାରି | ପତାକା ପୋତି ଦେଇ କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ | ଜଙ୍ଗଲ ଜମି ସୁରକ୍ଷା ନେଇ ଆଜି ନୟାଗଡ଼ ଜିଲ୍ଲା ନୂଆଗାଁ ତହସିଲ ମହୀପୁର ସର୍କଲ ମାଳିସାହି ଆରଆଇ ଅନ୍ତର୍ଗତ ସାନହାମରା ଗ୍ରାମର ବହୁବ୍ୟକ୍ତି ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜଙ୍ଗଲ ଜମି ଜବର ଦଖଲ ସମ୍ପର୍କରେ ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁସାରେ ଗ୍ରାମରେ ଥ‌ିବା ଜଙ୍ଗଲ କିସମ ଜାଗା କଣ୍ଟାବଣିଆଁ ଗ୍ରାମର ରାଘବ ନାୟକ ବେଆଇନ୍ ଜବର ଦଖଲ କରିଛନ୍ତି । ଗ୍ରାମର ପ୍ଳଟ ନଂ-୧୫୩, ୧୬୧ ଜାଗାକୁ ବଳ ପୂର୍ବକ ଦଖଲ କରୁଅଛି । ଏହା ପୂର୍ବରୁ ପ୍ଳଟ ନଂ-୨୯୯, ୩୩୧, ୨୯୮,୩୩୯,୩୦୩,୨୯୬,୨୯୫ ଜବର ଦଖଲ କରୁଥିବା ବ୍ୟକ୍ତି ମାନେ ଆଇନକୁ ମାନି ଜାଗାରୁ ଉଛେଦ ହୋଇଥିଲେ । କିନ୍ତୁ ଏହି ବ୍ୟକ୍ତି ଆଇନକୁ ଅମାନ୍ୟ କରି ବେଖାତିର ଜୋର ଜବରଦସ୍ତ ଦଖଲ କରୁଅଛି । ଏହି ବିଷୟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ନୂଆଗାଁ ତହସିଲଦାର, ଆରଆଇ ଏବଂ ଜଙ୍ଗଲ ବିଭାଗ ବନଖଣ୍ଡ ଅଧିକାରୀ, ଫରେଷ୍ଟର ଉପସ୍ଥିତ ରହି ସେହି ଜାଗା ଉଚ୍ଛେଦ କରିବା ବିଷୟରେ ଏବଂ ଜାଗା ଉଛେଦ କରିବା ପାଇଁ ନାଲି ପତାକା ମାରିଥିଲେ । ସେଥୁରେ ଓଡିଶା ସରକାରଙ୍କ ସମ୍ପତ୍ତି ଅନୁପ୍ରବେଶ ଦଣ୍ଡନୀୟ ବୋଲି ଲାଗିଥ୍‌ବା ଫଳକକୁ ଅଭିଯୁକ୍ତି ଫୋପାଡି ଦଖଲ କରି ଆସୁଥ‌ିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମବାସୀ ଆଦିବାସୀ ସଂପ୍ରଦାୟ ହୋଇଥିବାରୁ ସଦାସର୍ବଦା ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି ଏବଂ ଲୋକମାନଙ୍କର ଜୀବନ ଯାପନ ଓ ଚଳପ୍ରଚଳ ସୁବିଧା ନହେବାରୁ ଅପ୍ରତିକିକର ପରିସ୍ଥିତି ସୃଷ୍ଟି ହେଉଅଛି । ତୁରନ୍ତ ଜଙ୍ଗଲ ଜମିରୁ ଜବର ଦାଖଲ କାରିକୁ ହଟାଇବା ପାଇଁ ଦାବି ହୋଇଛି ।

Exit mobile version