Site icon Awaj Media

ରାୟଗଡ଼ା ଜେମାଦେଇପେଣ୍ଠ ଠାରେ ମା ମଝିଘରିୟାଣୀ ଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା !!!

Spread the love

ରାୟଗଡ଼ା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡ଼ା ବ୍ଳକ ଅନ୍ତର୍ଗତ ଜେମାଦେଇପେଣ୍ଠ ଠାରେ ମା ମଝିଘରିୟାଣୀ ଙ୍କ ନୂତନ ମନ୍ଦିର ସହ ମା ଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଉତ୍ସବ ୫ ଦିନ ବ୍ୟାପୀ ଅନୁଷ୍ଠିତ ହୋଇଯାଇଛି । ପାଞ୍ଚ ଦିନ ଧରି ଅନୁଷ୍ଠିତ ପ୍ରତିଷ୍ଠା ଉତ୍ସବରେ ନୀତିକାନ୍ତିର ସହ ୧୦୮ କଳସଯାତ୍ରାରେ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ପ୍ରଥମ ଦିନରେ ଅଙ୍କୁରାରୋପଣ , ଦୀକ୍ଷା ଗ୍ରହଣ, କଳସ ସ୍ଥାପନା, ଅଗ୍ନି ସ୍ଥାପନା, କୁଠ ସଂସ୍କାର ସ୍ଥାପନା, କୁଠ ସଂସ୍କାର ଯଜ୍ଞ ମଣ୍ଡପରେ ପୂଜାର୍ଚ୍ଚନା, ଦ୍ୱିତୀୟ ଦିନରେ ସ୍ତମ୍ଭପୂଜା, ବନଜାଗ, ଇନ୍ଦ୍ର ଇଦ୍ରାଣୀ ପୁଜା, ଦୀକ୍ଷା ଗ୍ରହଣ , ରତ୍ନମୁଦ, ସୂର୍ଯ୍ୟପୂଜା, କାରୁଶାଳା, ନ୍ୟାସ ହୋମ ଶେଷ ଦିନରେ ସୂର୍ଯ୍ୟପୂଜା, ଷୋଡଶ ଉପଚାର ପୂଜା, ଗୋ ପୂଜା, ଦେବତା ପ୍ରବେଶ, ମହାଧୱକ ଉତ୍ତୋଳନ, ରତ୍ନମୁଦ ପୂଜା, ପାର୍ଶ୍ଵ ଦେବତା ସ୍ଥାପନ, ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ସହ ପୂର୍ଣ୍ଣାହୂତି, ଗାଁ ବନ୍ଧନ, ପୁଷ୍ପଞ୍ଜଳି ଆଦି ବିଧିବଦ୍ଧ ଭାବେ ଅନୁଷ୍ଠିତ କରାଯାଇଥିଲା । ଏଥି ସହ ସମସ୍ତ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ସହଯୋଗରେ ଏହି ମନ୍ଦିର ନିର୍ମାଣ କରାଯାଇଥିବା ବେଳେ ଗ୍ରାମ ସହ ସାରା ଜିଲ୍ଲାରେ ବାଧାବିଘ୍ନ ସମୟରେ ମାଁ ମଝିଘରିୟାଣୀ ମାଁ ସାହା ହୋଇଥାନ୍ତି ବୋଲି ମନ୍ଦିର ପରିଚାଳନା କମିଟି ର ସଭାପତି ଶ୍ରୀ ଯୋଗେଶ୍ଵର ଦାସ ପ୍ରକାଶ କରିଛନ୍ତି । ପୂଜାବିଧି କାର୍ଯ୍ୟକ୍ରମ ପୂଜକ ଶ୍ରୀ ରାମଚନ୍ଦ୍ର ଦାଶ ଏବଂ ଶ୍ରୀ ସନ୍ତୋଷ କୁମାର ଦାଶଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସ୍ଵାମୀ ଯୋଗିଶ୍ରୀ ଚୈତନ୍ୟ ରାମଜୀ ଉପସ୍ଥିତ ରହି ମାର୍ଗ ଦର୍ଶନ କରିଥିଲେ । ଏହି ଅବସରରେ ଗ୍ରାମକୁ ରଂଗୀନ ଆଲୋକରେ ସଜାଇବା ସହ ନାମ ସଂକୀର୍ତ୍ତନ ର ଆୟୋଜନ କରାଯାଇଛି । ଉକ୍ତ ଉତ୍ସବରେ ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଗଣ ଯୋଗ ଦେଇ ପ୍ରତ୍ୟେକ ଦିନ ହୋଇଥିବା ନାଚ ଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ । ଉକ୍ତ ପ୍ରତିଷ୍ଠା ଉତ୍ସବ କୁ ମନ୍ଦିର କମିଟି ର ସଭାପତି ଯୋଗେଶ୍ଵର ଦାସ , ସମ୍ପାଦକ ଶ୍ରୀ କେ ରାମ ବାବୁ , ଏମ ଗୈାରୀ ସଙ୍କର , ମୁକୁନ୍ଦ ପିଡିକା ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ପ୍ରତିଷ୍ଠା ଉତ୍ସବକୁ ଗଣେଶ କୁମାର ସାହୁ , ଏସ ଲୋକନାଥ , ବିଜୟ କୁମାର ଚୌଧୁରୀ , ଗୁଡାଲା ସାଇ କୁମାର , ମାଝୀ ତାଡିଙ୍ଗି , ମେଲାକା ପରମେଶ , ମେଲେକା ଡିଗ୍ରୀ , ରାଜା ରାଓ ମେଲେକା , ପୁଜା କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ ।

 

Exit mobile version