Site icon Awaj Media

ବଡକୂଳ ରାମେଶ୍ଵର ଙ୍କ ପୀଠରେ ଚିଲିକା ପ୍ରେସ କ୍ଲବର ସାଧାରଣ ଅଧିବେଶନ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ବଡକୂଳ ଶ୍ରୀ ଶ୍ରୀ ରାମେଶ୍ଵର ଙ୍କ ପୀଠରେ ଚିଲିକା ର ଅଗ୍ରଣୀ ସାମ୍ବାଦିକ ସଂଘ ଚିଲିକା ପ୍ରେସ କ୍ଲବର ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଚିଲିକା ପ୍ରେସକ୍ଲବ ର ସଭାପତି ପ୍ରକାଶ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବାଲେଶ୍ଵର କରମଣ୍ଡଳ ଟ୍ରେନ ଦୁର୍ଘଟଣା ରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ । ଆଗାମୀ ଦିନରେ ଚିଲିକା ପ୍ରେସ କ୍ଲବକୁ କିପରି ସୁଦୃଢ କରି ପାରିବେ ସେ ଦିଗରେ ସଂଘର ସମସ୍ତ ସଭ୍ୟ ସଂକଳ୍ପ ନେଇଥିଲେ । ଆସନ୍ତା ଦିନରେ ହେବାକୁ ଯାଉଥିବା ସଂଘର ନୂତନ କର୍ମକର୍ତା ନିର୍ବାଚନ ନିମନ୍ତେ ଆଲୋଚନା କରାଯାଇଥିଲ। ଉକ୍ତ ସଭାରେ ଖୋର୍ଦ୍ଧା ଜିଲ୍ଲା ପରିଷଧ ଉପାଧ୍ୟକ୍ଷ ତଥା ଚିଲିକା ପ୍ରେସ କ୍ଲବ ସମ୍ପାଦକ ଗୋପୀନାଥ ମହାରଣା ଏବଂ ଉତ୍କଳ ସାମ୍ବାଦିକ ସଙ୍ଘ ଖୋର୍ଦ୍ଧା ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ନାୟକ ଏବଂ ବରିଷ୍ଠ ସାମ୍ବାଦିକ ପୁରୁଷତ୍ତମ ମହାପାତ୍ର ଙ୍କୁ ସମ୍ମାନିତ କରାଯାଇଥିଲା ।

Exit mobile version