ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଶୁକ୍ରବାର ଦିନ ଘଟିଲା କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣା । ଯେଉଁ ଦୁର୍ଘଟଣାରେ ଟ୍ରେନରେ ଯାତ୍ରା କରୁଥିବା ବହୁ ଯାତ୍ରୀ ପ୍ରାଣ ହରାଇ ଥିବା ବେଳେ ଏ ପର୍ଯ୍ୟନ୍ତ ମଧ୍ୟ ଏକ ହଜାରରୁ ଉର୍ଦ୍ଧ୍ବ ଯାତ୍ରୀ ଦୁର୍ଘଟଣାରେ ଆହତ ହୋଇ ଓଡ଼ିଶାର ବିଭିନ୍ନ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବାର ଦେଖିବାକୁ ମିଳିଛି। କରମଣ୍ଡଳ ଏକ୍ସପ୍ରେସର ଆସିଷ୍ଟାଣ୍ଟ ଡ୍ରାଇଭର ହଜାରି ବେହେରା ମଧ୍ୟ ଦୁର୍ଘଟଣାରେ ଶିକାର ହୋଇ ଆମ୍ରି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କରମଣ୍ଡଳ ଏକ୍ସପ୍ରେସର ଆସିଷ୍ଟାଣ୍ଟ ଡ୍ରାଇଭର ହଜାରି ବେହେରାଙ୍କ ଘର ହେଉଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଳକ ନିକଟସ୍ଥ ସୋରଣ ଗ୍ରାମର ବେହେରା ସାହିରେ। କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣା ସମୟରେ ଏହି ଏକ୍ସପ୍ରେସ୍ ରେ ଆସିଷ୍ଟାଣ୍ଟ ଲୋକ ପାଇଲଟ୍ ଭାବେ କାର୍ଯ୍ୟ କରୁଥିଲେ ହଜାରି ବେହେରା । ଦୁର୍ଘଟଣା ସମୟରେ ଟ୍ରେନ୍ କୁ କିଏ ଡ୍ରାଇଭିଂ କରୁଥିଲେ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଆସିଷ୍ଟାଣ୍ଟ ଲୋକ ପାଇଲଟ୍ ହଜାରି ବେହେରା ଦୁର୍ଘଟଣା ରେ ଗୁରୁତର ଆହତ ହୋଇ ଏବେ ଭୁବନେଶ୍ୱର ସ୍ଥିତ ଆମ୍ରି ହସ୍ପିଟାଲ ରେ ଚିକିତ୍ସିତ ହେଉଥିବାର ତାଙ୍କ ପରିବାର ଲୋକେ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । ହଜାରି ବେହେରା ୨୦୧୬ ମସିହା ରେ ଭାରତୀୟ ଇଷ୍ଟିକୋଷ୍ଟ ରେଳବାଇ ର ଖୋର୍ଦ୍ଧା ରେଳ ଡିଭିଜନ୍ ରେ ନିଯୁକ୍ତି ହୋଇଥିଲେ । ହଜାରି ବେହେରାଙ୍କ ପତ୍ନୀ ଗୋଲାପ ବେହେରା ମଧ୍ୟ ଭାରତୀୟ ରେଳବାଇ ରେ ଆସିଷ୍ଟାଣ୍ଟ ଲୋକ ପାଇଲଟ ଭାବେ କାର୍ଯ୍ୟରତ ଥିବା ଜଣା ପଡିଛି ।
ବାଲେଶ୍ବର କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣା : ଚିଲିକା ସୋରଣ ଗ୍ରାମର କରମଣ୍ଡଳ ଏକ୍ସପ୍ରେସର ଆସିଷ୍ଟାଣ୍ଟ ଡ୍ରାଇଭର ଏବେ ଆମ୍ରି ହସ୍ପିଟାଲରେ ହେଉଛନ୍ତି ଚିକିତ୍ସିତ !!!

